ଟ୍ରକ୍‌ରେ ଲାଗିଗଲା ନିଆଁ, ଜଳିଗଲା ୧୫ ହଜାର ବିୟର ବୋତଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଟ୍ରକ୍‌ରେ ଲାଗିଗଲା ନିଆଁ, ଜଳିଗଲା ୧୫ ହଜାର ବିୟର ବୋତଲ

କୁନ୍ନୁଲ: ବିୟର ବୋତଲ ନେଇ ଯାଉଥିବା ଏକ ଟ୍ରକ୍‌ରେ ନିଆଁ ଲାଗିଯିବା କାରଣରୁ ଏଥିରେ ଥିବା ସବୁ ବିୟର ବୋତଲ ପୋଡ଼ିଯାଇଥିବା ଜଣାପଡ଼ିଛି। ପୁଲିସ୍‌ କହିଛି, ସମ୍ଭବତଃ ଇଞ୍ଜିନରୁ ପ୍ରଥମେ ନିଆଁ ଲାଗି ତାହା ଅନ୍ୟ ଆଡ଼କୁ ବ୍ୟାପିଥିଲା। ଏହା ବିୟର ବୋତଲ ଥିବା କାର୍ଟନ୍‌ରେ ଲାଗିଯିବାରୁ ନିଆଁର ଭୟାବହତା ଅଧିକ ରହିଥିଲା ବୋଲି କୁହାଯାଉଛି। ନିଆଁ ଲାଗିବା ପରେ ଏହାକୁ ରାସ୍ତା କଡ଼ରେ ପାର୍କ କରିଦିଆଯିବା ପରେ ବୋତଲ ସବୁ ବିସ୍ଫୋରଣ କରିବାକୁ ଆରମ୍ଭ କରିଥିଲା। ଫଳରେ ବୋତଲର କାଚଖଣ୍ଡ ସବୁ ବିଭିନ୍ନ ଦିଗକୁ ଉଡ଼ିଥିଲା।

ଧୂଆଁରୁ ନିଆଁ ଲାଗିବା ଦେଖି ଗାଡ଼ିରୁ ଓହ୍ଲାଇଯାଇଥିବା ଡ୍ରାଇଭର ଜଣକ ନିଆଁ ଲିଭାଇବା ପାଇଁ ପ୍ରୟାସ କରି ଆହତ ହୋଇଥିବା ଜଣାପଡ଼ିଛି। ଏହି ଟ୍ରକ୍‌ଟି ହାଇଦ୍ରାବାଦରୁ ଆସୁଥିଲା।

ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏଥିରେ ୧୩୦୦ କାର୍ଟନ୍‌ ବିୟର ଥିଲା। ଯେଉଁଥିରେ ମୋଟ ୧୫,୬୦୦ ବୋତଲ ଥିଲା। ନିଆଁ ଲାଗିଯିବା କାରଣରୁ ୧୫ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି। ଟ୍ରକ୍‌ଟି ଏହି ନିଆଁରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।



from Odisha Reporter http://bit.ly/2JSrMNy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages