ସାରା ରାଜ୍ୟରେ ଅସମ୍ଭାଳ ତାତି; ଜନଜୀବନ ଅସ୍ତବ୍ୟସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ସାରା ରାଜ୍ୟରେ ଅସମ୍ଭାଳ ତାତି; ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବି କଲବଲ କରୁଛି ତାତି। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ପ୍ରଚଣ୍ଡ ଖରରା ପ୍ରକୋପ। ସତେ ଯେମିତି ଆକଶରୁ ନିଆଁ ଝୁଲ ଖସିଲା ଭଳି ଅନୁଭବ ହେଉଛି ।
ଗତକାଲି ୧୦ଟି ସହରରେ ପାରଦ ୪୨ ଡିଗ୍ରୀ ଟପିଥିବା ବେଳେ ୪୪.୮ ଡିଗ୍ରୀ ସହ ସୋନପୁରର ତାପମାତ୍ରା ସର୍ବାଧିକ ରହିଥିଲା। ସେହିପରି ସମ୍ବଲପୁରରେ ୪୪ .୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ମାଲକାନଗିରି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ଏଠାରେ ମଧ୍ୟ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି। ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ଖରାରେ ଜଳାଶୟରେ ପାଣି ଶୁଖି ଯାଇଥିବାରୁ ବିଭିନ୍ନ ଅଞ୍ଚଳରେ ପାଣି ସମସ୍ୟା ଦେଖାଦେଲାଣି।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରବଳ ଖରା ଯୋଗୁ ସକାଳ ୧୧ଟାରୁ ଅପରାହ୍ଣ ୪ଟା ଯାଏ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏହାଫଳରେ ଦିନବେଳା ସାରା ସହର ଖାଁ ଖାଁ ଲାଗୁଛି। ଗରମ ସାଙ୍ଗକୁ ବିଜୁଳି କାଟ ସ୍ଥାନେ ସ୍ଥାନେ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଅଂଶୁଘାତର ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଛକରେ ଜଳଛତ୍ର ଖୋଲାଯାଇଛି।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ବଢ଼ି ଚାଲିଛି ସୂର୍ଯ୍ୟଙ୍କ ପ୍ରକୋପ। ଗତ ଦୁଇ ସପ୍ତାହ ଧରି ଜିଲ୍ଲାରେ ତାପମାତ୍ରା ୪୩ଡିଗ୍ରୀ ପରେ ରହୁଛି। ଗତକାଲି ୪୪.୮ ତାପମାତ୍ରା ସହ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ସୋନପୁର। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ଜିଲ୍ଲାବାସୀ। ନିହାତି ଆବଶ୍ୟକ ନଥିଲେ ବି ଲୋକେ ପଦାକୁ ବାହାରୁ ନାହାନ୍ତି। ମୁଣ୍ଡରେ କପଡା ଓ କଳା ଚଷମା ସହ ପାଣି ବୋତଲ ସାଙ୍ଗରେ ନେଇ ଯାଉଥିବା ଦେଖିବାକୁ ମିଳୁଛି । ଖରା ଯୋଗୁ ଗାଁଠୁ ସହର ସବୁଠି ପାଣି ସମସ୍ୟା ଲୋକଙ୍କୁ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି ।



from Odisha Reporter http://bit.ly/2YQQVMQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages