ବର ବିନା ବି ହୁଏ ବିବାହ, ହେଲେ କେଉଁଠି ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ବର ବିନା ବି ହୁଏ ବିବାହ, ହେଲେ କେଉଁଠି ଜାଣିଛନ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାହ ହେଉଛି ସାତ ଜନ୍ମର ବନ୍ଧନ। ଏହି ବନ୍ଧନରେ ଉଭୟ ପୁରୁଷ, ନାରୀ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ଲାଗି ପରସ୍ପର ସୁଃଖଦୁଃଖରେ ଭାଗୀ ହେବାକୁ କଥା ଦେଇଥାନ୍ତି। ହେଲେ ବିବାହ ବେଦିରେ ଯଦି କେବଳ କନିଆ ଥିବ, ଆଉ ବର ନ ଥିବ। ତା ହେଲେ କିପରି ହେବ ଏହି ବିବାହ।  କ’ଣ ଏହାକୁ ମିଳିବ ସାମାଜିକ ସ୍ୱିକୃତୀ  ।

ହଁ ବର ବିନା ବି ବିବାହ ସମ୍ଭବ। ଆଉ ଏପରି ବିବାହକୁ ବି ମିଳୁଛି ସାମାଜିକ ସ୍ୱୀକୃତି। ହେଲେ ଏପରି ଅଜବ ପରମ୍ପରା କେଉଁଠି ପ୍ରଚଳିତ ଜାଣିଛନ୍ତି। ରାଜସ୍ଥାନ ଉଦୟପୁରର ଏକ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏହି ପ୍ରଥା ବେଶ୍‌ ଲୋକପ୍ରିୟ। ଏଠାରେ ବିବାହରେ ବର ଜାଗାରେ ବରର ଅବିବାହିତା ଭଉଣୀ ବରଯାତ୍ରୀଙ୍କୁ ଧରି ରୋଷଣୀ କରି ଜାକଜମକରେ ଯାଏ କନ୍ୟା ଘରକୁ। ଏହି ସମୟରେ ବର ନିଜ ଘରେ ମା’ ସହିତ ରହିଥାଏ।

ସେଠାରେ ବରର ଭଉଣୀର ହିଁ କନିଆ ସହ ବିବାହ ସମ୍ପନ୍ନ ହୋଇଥାଏ। ଅଗ୍ନିକୁ ସାକ୍ଷୀ ରଖି ସେମାନେ ସାତ ଥର ତାହା ଚାରି ପଟେ ପ୍ରଦକ୍ଷଣ କରିଥାନ୍ତି। ଯିଏ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରେ ତାହାର କ୍ଷତି ସୁନିଶ୍ଚିତ ବୋଲି ଗ୍ରାମବାସୀଙ୍କର ବିଶ୍ୱାସ ରହିଛି। ଯେଉଁମାନେ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କର ଅମଙ୍ଗଳ ହୋଇଛି ବୋଲି କହିଛନ୍ତି ଗ୍ରାମର ପୁରୁଖା ନେତା। ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ବିବାହ ଭାଙ୍ଗି ଯାଇଛି, ନଚେତ ଘରେ ନାନା ସମସ୍ୟା ଦେଖା ଦେଇଛି।



from Odisha Reporter http://bit.ly/2MaNoYf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages