କୋଲକାତା: ବହୁଚର୍ଚ୍ଚିତ ଶାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ସିବିଆଇ ଜେରାର ସାମ୍ନା କରୁଛନ୍ତି ପଶ୍ଚିମବଙ୍ଗର ଆଇପିଏସ ଅଫିସର ଅର୍ଣ୍ଣବ ଘୋଷ। ଗତକାଲି ପାଖାପାଖି ୯ ଘଣ୍ଟା ସିବିଆଇ ଜେରାର ସମ୍ମୁଖୀନ ହେବା ପରେ ଆଜି ଦ୍ୱିତୀୟ ଥର ହାଜର ହେବା ପାଇଁ ସିବିଆଇ ଅର୍ଣ୍ଣବଙ୍କୁ କହିଥିଲା।
ଶାରଦା ଚିଟଫଣ୍ଡ ଘୋଟାଲାର ତଦନ୍ତ ପ୍ରଥମେ ପଶ୍ଚିମବଙ୍ଗ ସରକାର ଏକ ଏସଆଇଟି ଗଠନ କରି ତଦନ୍ତ କରିଥିଲେ। ସେତେବେଳେ ଏସଆଇଟି ଟିମର ନେତୃତ୍ୱ ନେଇଥିବା ଆଇପିଏସ ରାଜୀବ କୁମାରଙ୍କ ଟିମରେ ଥିଲେ ଅର୍ଣ୍ଣବ ଘୋଷ ଏବଂ ଦିଲ୍ଲୀପ ହାବ୍ରା। ଅର୍ଣ୍ଣବ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବାବେଳେ ଦିଲ୍ଲୀପ ହାବ୍ରା ସିବିଆଇ ସମନର ଜବାବ ରଖି ନାହାନ୍ତି।
ସେତେବେଳେ ଏସଆଇଟି ଟିମର ନେତୃତ୍ୱ ନେଇଥିବା ରାଜୀବ କୁମାର ତଦନ୍ତ କରୁଥିବାବେଳେ ଅନେକ ପ୍ରମାଣ ନଷ୍ଟ କରିଦେଇଥିବା ସିବିଆଇ ପ୍ରମାଣ ପାଇଛି। ତେଣୁ ରାଜୀବଙ୍କ ଟିମରେ ସାମିଲ ଥିବା ଦୁଇ ସହଯୋଗୀ ଅର୍ଣ୍ଣବ ଏବଂ ଦିଲ୍ଲୀପ ହାବ୍ରାଙ୍କୁ ଜେରା କରି ସିବିଆଇ ଅଧିକ ତଦନ୍ତ କରୁଛି।
from Odisha Reporter http://bit.ly/2wvtI6A
No comments:
Post a Comment