ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେଲା ଚର୍ଚ୍ଚାରେ ଦୌଡ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏତେ ସବୁ ଚର୍ଚ୍ଚା ପରେ ଦୂତୀ ଏବେ ପହଞ୍ଚିଛନ୍ତି କପିଲ ଶର୍ମାଙ୍କ ଶୋ’ରେ। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଶୋରେ ଯୋଗ ଦେଇଛନ୍ତି।
ସୋନି ଟିଭିରେ ପ୍ରସାରିତ ହେଉଥିବା କମେଡି ଶୋ ‘ଦ କପିଲ ଶର୍ମା ଶୋ’ର ହୋଷ୍ଟ ହେଉଛନ୍ତି କପିଲ। ଏହି ଶୋରେ ଦୂତୀ କ’ଣ ପାଇଁ ଯୋଗ ଦେଇଛନ୍ତି ତାର ସୂଚନା ମିଳିନାହିଁ। ଦୂତୀଙ୍କ ସହ ଏହି ଶୋର ପ୍ରସିଦ୍ଧ ଫୁଟ୍ବଲ୍ ଖେଳାଳି ବାଇଚୁନ୍ ଭୁଟିଆ ଏବଂ ହକି ଖେଳାଳି ସନ୍ଦିପ୍ ସିଂ ମଧ୍ୟ ଯୋଗ ଦେଇଛନ୍ତି। ତେବେ କପିଲ ଦୂତୀଙ୍କୁ ତାଙ୍କ ଶୋ’କୁ ନିମନ୍ତ୍ରଣ କରିଥିବାରୁ ଦୂତୀ କପିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଫେସବୁକ୍ ଆକାଉଣ୍ଟରେ କପିଲ ଶର୍ମାଙ୍କ ଶୋ’ରେ ଉଠାଇଥିବା ଫଟୋ ଶେଆର କରି ଦୂତୀ ଲେଖିଛନ୍ତି- ପ୍ରଥମ ଓଡ଼ିଆ ଝିଅ ଭେବେ କପିଲ ଶର୍ମାଙ୍କ ଶୋରେ ଯୋଗ ଦେଇଥିବାରୁ ମୁଁ ବେଶ୍ ଖୁସି ଏବଂ ଆନନ୍ଦିତ। କପିଲ୍ ଶର୍ମାଙ୍କୁ ଧନ୍ୟବାଦ।
from Odisha Reporter http://bit.ly/2I6m9J8
No comments:
Post a Comment