ନବୀନଙ୍କ ସେଇ ଲକି ଚେୟାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ନବୀନଙ୍କ ସେଇ ଲକି ଚେୟାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଲଗାତର ଭାବେ ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପଛରେ ରାଜନୈତିକ ବିଷେଶଜ୍ଞମାନେ କେତେ କ’ଣ ଆକଳନ କରିପାରନ୍ତି ହେଲେ ନିଜେ ନବୀନ ଯେ, ଭାଗ୍ୟ ବିଶ୍ୱାସବାଦୀ ତାହା ଗତକାଲି ଜଣାପଡ଼ିଛି। ଗତକାଲି ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଏଥିସହ ନବୀନଙ୍କ ନୂଆ ଟିମ୍‌ରେ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଶପଥ ପାଠ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ସିଧା ସଚିବାଳୟ ଯାଇ ଦାୟିତ୍ୱ ଗ୍ରହଣ କରିଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରିବା ଭିଡ ଜମିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଫୁଲମାଳ, ଫୁଲତୋଡା ଦେଇ ସ୍ୱାଗତ କରିବା ଲାଗି ଦିନ ସାରା ଲମ୍ବା ଲାଇନ ଲାଗିଥିଲା। ସ୍ୱାଗତ ସମ୍ବର୍ଦ୍ଧନା ଭିତରେ ମୁଖ୍ୟମନ୍ତ୍ରୀ ହସ ହସ ଅନ୍ଦାଜରେ ଯାଇ ସଚିବାଳୟର ତୃତୀୟ ମହଲାରେ ନିଜ ଚୌକିରେ ବସିଥିଲେ।

ସେଠାରେ ତାଙ୍କୁ ଅପେକ୍ଷା କରିଥିବା ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଉଠାଇଥିଲେ। ନବୀନ ମଧ୍ୟ ସୌଜନ୍ୟତା ରକ୍ଷା କରି ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ନବୀନ ନିଜ ଚୌକିରେ ବସିବା ବେଳେ ଏହାକୁ ଲକି ଚେୟାର ବୋଲି ଅଭିହିତ କରିଥିଲେ। ଜଣେ ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ନବୀନ ସେହି ଚୌକିରେ ବସି ଆସୁଛନ୍ତି।



from Odisha Reporter http://bit.ly/2QxkaBi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages