ବୟସ କମ୍‌, କିନ୍ତୁ ରୋଜଗାର ଢେର ଅଧିକା, ହେଲେ କାହାର ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ବୟସ କମ୍‌, କିନ୍ତୁ ରୋଜଗାର ଢେର ଅଧିକା, ହେଲେ କାହାର ଜାଣିଛନ୍ତି?

ମୁମ୍ବାଇ: ମନୋରଞ୍ଜନ ଦୁନିଆରେ ଟେଲିଭିଜନ୍‌ ଏକ ପ୍ରମୁଖ ମାଧ୍ୟମ ସାଜିଛି। ଆମେ ଦେଖୁଥିବା ଅନେକ ସିରିଏଲ୍‌ କଳାକାର ଆମର ପ୍ରିୟ  ହୋଇସାରିଲେଣି। ଟେଲିଭିଜନରେ ଏପରି କଳାକାର ଅଛନ୍ତି ଯେଉଁମାନେ କି କମ୍‌ ବୟସରୁ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।

ଆଜି ଆପଣଙ୍କୁ ସେହି କଳାକାରଙ୍କ ବିଷୟରେ କହିବୁ ଯିଏକି ବୟସରେ କମ୍‌ ହୋଇଥିଲେ ମଧ୍ୟ ଗୋଟେ ଦିନ ବା ଗୋଟ ଏପିସୋଡ୍‌ ସୁଟିଂ ପାଇଁ କେତେ ଟଙ୍କା ନିଅନ୍ତି। ଜାଣନ୍ତୁ ଦିନକରେ କିଏ କେତେ ଟଙ୍କା ରୋଜଗାର କରନ୍ତି।

ଅସ୍‌ନୁର୍‌ କୋର୍‌

ସୋନି ଟିଭିରେ ପ୍ରସାରିତ ହେଉଥିବା ‘ପଟିଆଲା ବେବ୍‌ସ୍‌’ରେ ମିନି ଚରିତ୍ରରେ ଅଭିନୟ କରୁଥିବା ଅସ୍‌ନୁର୍‌ କୋର୍‌ ଦଶମ ଶ୍ରେଣୀରେ ୯୩ ପ୍ରତିଶତ ରଖିଛନ୍ତି। ଏକ ରିପୋର୍ଟ ଅନୁସାରେ ଅସ୍‌ନୁର୍‌ ଗୋଟେ ଏପିସୋଡ୍‌ ପାଇଁ ୪୦ରୁ ୫୦ ହଜାର ଟଙ୍କା ନିଅନ୍ତି।

ଅବନିତ କୋର୍

ଅବ୍‌ନିତ୍‌ କୋର୍‌ଙ୍କ ବୟସ ୧୭ ବର୍ଷ। ସେ ‘ଚନ୍ଦ୍ରା ନନ୍ଦିନୀ’ ଭଳି ଶୋ’ରେ କାମ କରିସାରିଛନ୍ତି। ଏବେ ସେ ‘ଆଲାଦିନ୍‌: ନାମ ତୋ ସୁନା ହୋଗା’ ଶୋ’ରେ ପ୍ରିନ୍ସେସ୍‌ ଯ୍ୟାସ୍‌ମିନ୍‌ଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଗୋଟେ ଏପିସୋଡ୍‌ ପାଇଁ ୩୦ ହଜାର ଟଙ୍କା ନିଅନ୍ତି।

ଅନୁଷ୍କା ସେନ୍‌

କଲର୍ସ ଟିଭିରେ ପ୍ରସାରିତ ହେଉଥିବା ‘ଝାନସି କି ରାନି’ ଶୋ’ରେ ଅଭିନୟ କରୁଥିବା ଅନୁଷ୍କା ରାଣୀ ଲଷ୍ମୀବାଇଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସେ ମଧ୍ୟ ଗୋଟେ ଏପିସୋଡ୍‌କୁ ୪୮ ହଜାର୍‌ରୁ ୫୦ ହଜାର ଟଙ୍କା ନେଇଥାନ୍ତି।

ଜନ୍ନତ ଜୁବେର୍‌ ରାହମାନି

୧୬ ବର୍ଷର ଜନ୍ନତ ‘ଭାରତ କା ବୀର୍‌ ପୁତ୍ର: ମହାରାଣା ପ୍ରତାପ’ରେ ଅଭିନୟ କରୁଛନ୍ତି। ସେ ବି ଅନ୍ୟ ଅଭିନେତ୍ରୀଙ୍କଠାରୁ କିଛି କମ୍‌ ନୁହନ୍ତି। ଗୋଟେ ଏପିସୋଡ୍‌ ପିଛା ସେ ୪୦ ହଜାର ଟଙ୍କା ନେଇଥାନ୍ତି।

ଅଦିତି ଭାଟିଆ

‘ୟୈ ହୈ ମୋହବତେଁ’ରେ ଅଭିନୟ କରୁଥିବା ଅଦିତିଙ୍କ ବୟସ ୧୯ ବର୍ଷ। ଏକ ରିପୋର୍ଟ ଅନୁସାରେ ସେ ଏପିସୋଡ୍‌ ପିଛା ୫୦ ହଜାର ଟଙ୍କା ଚାର୍ଜ କରିଥାନ୍ତି।

 



from Odisha Reporter http://bit.ly/2EHSmpl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages