ଦୁର୍ଘଟଣାଗ୍ରସ୍ତ ବୋଲେରୋରୁ ମିଳିଲା ଦୁଇ ବସ୍ତା ଗଞ୍ଜେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ଦୁର୍ଘଟଣାଗ୍ରସ୍ତ ବୋଲେରୋରୁ ମିଳିଲା ଦୁଇ ବସ୍ତା ଗଞ୍ଜେଇ

accident

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର-ଟିଟିଲାଗଡ ରାସ୍ତାର ଦେଓଗାଁ ବଙ୍ଗଳା ଛକ ନିକଟରେ ଥିବା ସୋନଗଡ଼ ବ୍ରିଜରେ ଏକ ବୋଲେରୋ ଓଲଟି ପଡ଼ିଥିଲା। ଆଜି ସକାଳେ ଦେଓଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଡ୍ରାଇଭର ସହିତ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ପୁଲିସ ବୋଲେରୋ ଭିତରୁ ଦୁଇଟି ବସ୍ତାରେ ଥିବା ଗଞ୍ଜେଇ ଉଦ୍ଧାର କରିଥିଲା। ଯାହାର ଓଜନ ୭୫ କିଲୋଗ୍ରାମ ହେବ। ମାତ୍ର ଏହି ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକି ଯାଉଥିଲା, ତାହା ଜଣାପଡ଼ିନି। ଗାଡ଼ି ନମ୍ବରରୁ ଗାଡିଟି ବରଗଡ ଜିଲ୍ଲାର ବୋଲି ଜଣାପଡିଛି।

ପୁଲିସ ଗଞ୍ଜେଇ ଓ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଗାଡ଼ି ମାଲିକଙ୍କ ପରିଚୟ ଜଣାପଡ଼ି ନାହିଁ।



from Odisha Reporter http://bit.ly/2VFOZcO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages