
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଦୁଇଟି ସ୍ଥାନରୁ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ କରିଛି ଅବକାରୀ ବିଭାଗ। ସାଲିଆ ସାହିରୁ ୧୮ ଗ୍ରାମ୍ ଓ ମଞ୍ଚେଶ୍ୱରରୁ ୫୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଛି। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି।
ଗତ କିଛି ଦିନ ଧରି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବ୍ରାଉନ୍ ସୁଗର ବେପାର ହେଉଥିବା ନେଇ ଅଭିଯୋଗ ହୋଇଆସୁଥିବା ବେଳେ ଅବକାରୀ ବିଭାଗକୁ ଏହି ସଫଳତା ମିଳୁଛି।
କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଅବକାରୀ ନିରୀକ୍ଷକ ଜଗଦୀଶ ସାମଲ କହିଛନ୍ତି,“ଆଜି ସକାଳେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ଓ ଅବକାରୀ ଡେପୁଟି କମିଶନରଙ୍କ ଗୁଇନ୍ଦା ସୂଚନାକୁ ଭିତ୍ତି କରି କଳାରାହଙ୍ଗ ଅଞ୍ଚଳରେ ପାଟ୍ରୋଲିଂ କରିଥିଲୁ। ଏହି ସମୟରେ କୃଷ୍ଣଚନ୍ଦ୍ର ନାଥ ନାମକ ବ୍ୟକ୍ତିଙ୍କ ଠାରୁ ୫୩ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିଛୁ। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୦ ହଜାର ଟଙ୍କା ହେବ। ଏହାସହ ତା’ଠାରୁ ୪,୨୦୦ ଟଙ୍କା ଜବତ କରାଯାଇଛି। ଖୋର୍ଦ୍ଧା ଓ ଜଳେଶ୍ୱରରୁ ବ୍ରାଉନ୍ ସୁଗର ଆଣି ସେ ଏଠାରେ ବେପାର କରୁଥିବା କହିଛି।”
from Odisha Reporter http://bit.ly/2HpDZYn
No comments:
Post a Comment