
ହାଇଦ୍ରାବାଦ:ହାଇଦ୍ରାବାଦର ଆଫଜଲ୍ ଗଞ୍ଜ ସ୍ଥିତ ଏକ ହୋଟେଲରେ ଜଣେ ଓଡ଼ିଆ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ମହିଳାଙ୍କ ଘର ଓଡ଼ିଶାର ବ୍ରହ୍ମପୁର ଅଞ୍ଚଳରେ ଏବଂ ହାଇଦ୍ରାବାଦର ଏକ ହୋଟେଲରୁ ତାଙ୍କ ମୃତଦେହ ମିଳିଛି।
ମଧୁ ସମିତା ନାମ୍ନୀ ଏହି ମହିଳା ତାଙ୍କ ସ୍ୱାମୀ ପ୍ରଶାନ୍ତ କୁମାରଙ୍କ ସହ କିଛି ଦିନହେଲା ହାଇଦ୍ରାବାଦ ବୁଲିବାକୁ ଆସିଥିଲେ। ଉଭୟ ଆଫଜଲ ଗଞ୍ଜର ଏକ ହୋଟେଲରେ ରହୁଥିଲେ। ସେହି ହୋଟେଲରୁ ହିଁ ମଧୁଙ୍କ ମୃତଦେହ ମିଳିଛି।
ତାଙ୍କ ମୃତ୍ୟୁ ନିର୍ଦ୍ଦିଷ୍ଟ ଭାବରେ କେଉଁ କାରଣରୁ ଘଟିଛି ତାହା ଜଣାପଡ଼ିନାହିଁ। କିନ୍ତୁ ମଧୁଙ୍କ ଘରଲୋକେ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ପ୍ରଶାନ୍ତ ତାଙ୍କୁ ହତ୍ୟା କରିଛି। ସେମାନେ ଏହି ଘଟଣାର ପୁଲିସ୍ ତଦନ୍ତ ଦାବି କରି ଆଫଜଲଗଞ୍ଜ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
from Odisha Reporter http://bit.ly/2HzLPxg
No comments:
Post a Comment