ବିରୋଧୀ ଦଳ ନେତା ପଦ ପାଇଁ କୌଣସି ଦଳ ଆବଶ୍ୟକ ଆସନ ଜିତି ପାରିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ବିରୋଧୀ ଦଳ ନେତା ପଦ ପାଇଁ କୌଣସି ଦଳ ଆବଶ୍ୟକ ଆସନ ଜିତି ପାରିଲେନି

ନୂଆଦିଲ୍ଲୀ: ବିଜେପି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି। ହେଲେ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ କୌଣସି ଦଳ ଯୋଗ୍ୟ ହୋଇନାହାନ୍ତି। ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ ମୋଟ ଆସନର ୧୦ ପ୍ରତିଶତ ଆସନ କୌଣସି ଦଳ ଜିତିବା ଦରକାର ବୋଲି ସମ୍ୱିଧାନରେ ନିୟମ ରହିଛି। ଅର୍ଥାତ୍ ୫୪୩ ଲୋକସଭା ଆସନରୁ ଯେକୌଣସି ଦଳ ସର୍ବନିମ୍ନ ୫୫ଟି ଆସନରେ ବିଜୟୀ ହେବା ଦରକାର। କିନ୍ତୁ ଚଳିତ ନିର୍ବାଚନରେ ବିଜେପି ପରେ କଂଗ୍ରେସ ୫୨ଟି ଆସନ ପାଇ ଦ୍ୱିତୀୟ ସର୍ବାଧିକ ଆସନ ପାଇଥିବା ଦଳ ହୋଇଛି। କିନ୍ତୁ ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ ଆବଶ୍ୟକ ସଂଖ୍ୟାରୁ ୩ଟି ଆସନ ଦୂରରେ ରହିଛି କଂଗ୍ରେସ।

ଚଳିତଥର ପରି ୨୦୧୪ରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ସେତେବେଳେ କଂଗ୍ରେସ ମୋଟ ୪୪ଟି ଆସନରେ ବିଜୟୀ ହୋଇ ଦେଶର ଦ୍ୱିତୀୟ ସର୍ବାଧିକ ଆସନ ପାଇଥିବା ଦଳ ହୋଇଥିଲା। କିନ୍ତୁ ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ ଆବଶ୍ୟକ ସଂଖ୍ୟାଠୁ ୮ଟି ଆସନ କମ୍ ଥିଲା। ହେଲେ ଗୃହ ଚଳାଇବା ପାଇଁ ବିରୋଧୀ ଦଳ ନେତାଙ୍କର ଆବଶ୍ୟକତା ରହିଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସକୁ ବିରୋଧୀ ଦଳର ମାନ୍ୟତା ମିଳିଥିଲା। ସେତେବେଳର କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେ ହୋଇଥିଲେ ଲୋକସଭାର ବିରୋଧୀ ଦଳ ନେତା।

ସମ୍ୱିଧାନର ନିୟମ ଅନୁଯାୟୀ ଲୋକପାଳ, ସିବିଆଇ ନିର୍ଦ୍ଦେଶକ, ମୁଖ୍ୟ ଭିଜିଲାନ୍ସ କମିଶନର, ମୁଖ୍ୟ ସୂଚନା କମିଶନର ଏବଂ ଜାତୀୟ ମାନବାଧିକାର କମିଶନ ଭଳି ଗୁରୁତ୍ୱପୂର୍ଣ୍ଣ  ପଦବୀରେ  ନିଯୁକ୍ତି ପାଇଁ ଗଠିତ କମିଟିରେ ବିରୋଧୀ ଦଳର ନେତାଙ୍କ ଉପସ୍ଥିତି ରହିବା ଦରକାର।

୧୬ତମ ଲୋକସଭା ବେଳେ ୪୪ଟି ଆସନ ପାଇ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇଥିବାରୁ ଚଳିତଥର ମଧ୍ୟ ଆବଶ୍ୟକ ସଂଖ୍ୟା କମ୍ ଥିଲେ ମଧ୍ୟ କଂଗ୍ରେସ ହିଁ ବିରୋଧୀ ଦଳର ନେତା ପଦ ପାଇବ ବୋଲି ସୂଚନା ରହିଛି।



from Odisha Reporter http://bit.ly/30M8uPO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages