ଆଇପିଏସ୍ ଅଫିସର୍ ରାଜୀବ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଆଇପିଏସ୍ ଅଫିସର୍ ରାଜୀବ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି

rajeev_kumar

ନୂଆଦିଲ୍ଲୀ: କୋଲକାତାର ପୂର୍ବତନ ପୁଲିସ କମିସନର ତଥା ଶାରଦା ଚିଟଫଣ୍ଡ ଘୋଟାଲାର ତଦନ୍ତ ଅଧିକାରୀ ରାଜୀବ କୁମାରଙ୍କ ନାମରେ ଲୁକ ଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ। ତାଙ୍କ ଗିରଫଦାରୀ ଉପରେ ରହିତାଦେଶର ଅବଧି ବଢ଼ାଇବାକୁ ସୁପ୍ରିମକୋର୍ଟ ମନା କରିବା ପରେ ସିବିଆଇ ଏହି ନୋଟିସ୍ ଜାରି କରିଛି। ଏ ନେଇ ସମସ୍ତ ବିମାନବନ୍ଦର ଏବଂ ବନ୍ଦରକୁ ସୂଚନା ଦେଇଛି ସିବିଆଇ।

ସୁପ୍ରିମକୋର୍ଟ ମେ ୧୭ ତାରିଖ ଦିନ ରାଜୀବ କୁମାରଙ୍କୁ ଗିରଫ କରିବା ବିରୋଧରେ ଦେଇଥିବା ଅନ୍ତରୀଣ ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ଏଥିସହ ଗିରଫଦାରୀରୁ ବର୍ତ୍ତିବା ପାଇଁ ୨୪ତାରିଖ ସୁଦ୍ଧା ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ। ଯଦି ରାଜୀବ କୁମାର ଜାମିନ ନ ଆଣିପାରିବେ, ତାହେଲେ ସିବିଆଇ ୨୪ ତାରିଖ ପରେ ରାଜୀବ କୁମାରଙ୍କୁ ଗିରଫ କରିପାରିବ ବୋଲି ସୁପ୍ରିମକୋର୍ଟ ମାମଲାର ଶୁଣାଣି ବେଳେ କହିଥିଲେ।

ତେବେ କ୍ୟାଲକାଟା ହାଇକୋର୍ଟରେ ଆଇନଜୀବୀମାନେ ଆନ୍ଦୋଳନ ଚଳାଇଥିବାରୁ ସେଠାରେ ନ୍ୟାୟ ପ୍ରକ୍ରିୟା ଅଚଳ ରହିଛି। ତେଣୁ ସୁପ୍ରିମକୋର୍ଟରେ ତାଙ୍କର ଗିରଫ ସଂରକ୍ଷଣ ଅବଧି ବଢ଼ାଇବା ପାଇଁ ରାଜୀବ କୁମାର ଆବେଦନ କରିଥିଲେ। ହେଲେ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଶାରଦା ଚିଟଫଣ୍ଡ ଘୋଟଲାର ତଦନ୍ତ କରୁଥିବା ବେଳେ ରାଜୀବ କୁମାର ତଥ୍ୟ ଓ ପ୍ରମାଣ ନଷ୍ଟ କରିଥିବା ସିବିଆଇ ପ୍ରମାଣ ପାଇଛି।



from Odisha Reporter http://bit.ly/2M9c3MJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages