
ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାଟପଡ଼ା ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଆଜି ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏପରିକି ପରସ୍ପରକୁ ବୋମା ମଧ୍ୟ ଫିଙ୍ଗିଛନ୍ତି। ବୋମାମାଡ଼ରେ ଉଭୟ ପକ୍ଷରୁ ୫ ରୁ ଅଧିକ ଆହତ ହୋଇଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁରୀ ସଦର ପୁଲିସ୍ ପହଞ୍ଚି ଶାନ୍ତିପ୍ରତିଷ୍ଠା ଲାଗି ଉଦ୍ୟମ କରୁଛି।
ସୂଚନା ଅନୁଯାୟୀ, ନିର୍ବାଚନ ଫଳାଫଳ ଆସିବା ପରେ କମେଣ୍ଟ ମରାକୁ ନେଇ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଦୁଇ ଦିନ ହେଲାଣି ବିବାଦ ଦେଖା ଦେଇଥିଲା। ତେବେ ଆଜି ତାହା ଉଗ୍ରରୂପ ନେଇଥିଲା। ପ୍ରଥମେ ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷ ବେଳେ ଉଭୟ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ହୋଇଥିବା କୁହାଯାଉଛି।
ଆହତମାନଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ହେଉଛନ୍ତି- ଭୂଷଣ ଖୁଣ୍ଟିଆ, ଦେବେନ୍ଦ୍ର ପ୍ରଧାନ, କେଶବ ପ୍ରଧାନ, ବିଜୟ ପ୍ରଧାନ ଓ ହେମନ୍ତ ପ୍ରଧାନ।
from Odisha Reporter http://bit.ly/2EzQKO7
No comments:
Post a Comment