ଫୋନି ପରବର୍ତ୍ତୀ ସ୍ଥିତି ମୁକାବିଲାରେ ରାଜ୍ୟ ସରକାର ସମ୍ପୃର୍ଣ୍ଣ ଫେଲ୍: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଫୋନି ପରବର୍ତ୍ତୀ ସ୍ଥିତି ମୁକାବିଲାରେ ରାଜ୍ୟ ସରକାର ସମ୍ପୃର୍ଣ୍ଣ ଫେଲ୍: ବିଜେପି

tree

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୋନି ମହାବାତ୍ୟା ହେବାର ୫ ଦିନ ପରେ ବି ରାଜ୍ୟ ସରକାର ଶୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ବିଭିନ୍ନ ଅନୁଷ୍ଠାନରୁ ସାର୍ଟିଫିକେଟ ପାଇବା ପାଇଁ ମିଛ ରିପୋର୍ଟ ପ୍ରସ୍ତୁତ କରି ବିଭିନ୍ନ ସଂସ୍ଥାକୁ ପଠାଇବାରେ ଲାଗଛିନ୍ତି। ହେଲେ ଏପଟେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ସାଧାରଣ ଲୋକମାନଙ୍କୁ ପଇିବା ପାଣି ଟୋପାଏ ବି ମିଳୁନାହିଁ ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍ମାର୍ଟସିଟି ଭୁବନେଶ୍ୱରରେ ସାଧାରଣ ଲୋକଙ୍କୁ ପାଣି ମୁନ୍ଦାଏ ମିଳୁନାହିଁ। ପୁରୀ ସହର ଭିତରେ ଆଜିସୁଦ୍ଧା ଗଛକଟା ହୋଇ ରାସ୍ତା ସଫା ହୋଇପାରିଲା ନାହିଁ। ବାତ୍ୟା ପ୍ରଭାବିତ ଭୁବନେଶ୍ୱର ଓ ପୁରୀ ସମେତ ଅନ୍ୟାନ୍ୟ ଜିଲ୍ଲାରେ ବିଜୁଳି ବ୍ୟବସ୍ଥା ସୁଧାରିବାକୁ ନେଇ ଶକ୍ତି ସଚିବ ଦୈନିକ ନୂଆ ନୂଆ କଥା କହୁଛନ୍ତି। ବ୍ରହ୍ମଗିରି, ନିମାପଡ଼ା ସମେତ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ଏପର୍ଯ୍ୟନ୍ତ ପିଇବା ପାଣି ଓ ରିଲିଫ୍ ପହଞ୍ଚାଇବାର ବ୍ୟବସ୍ଥା ପ୍ରଶାସନ କରିପାରିଲା ନାହିଁ। ରାଜ୍ୟରେ ‘ଫୋନି’ ବାତ୍ୟା ଯିବାପରେ ରାଜ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ରାଜ୍ୟରେ ଗୋଟିଏ ସରକାର ଥିଲା ଭଳି ଲାଗୁନାହିଁ।

ele2 ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ, ନଗର ଉନ୍ନୟନ ବିଭାଗ, ଶକ୍ତି ବିଭାଗ ଆଦିରେ ଏକ ପ୍ରକାର ସ୍ଥାଣୁ ପାଲଟିଯାଇଛି। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀ କୁଆଡ଼େ ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ବାତ୍ୟା ଆସିବାର ୧୦ ଦିନ ଆଗରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହି ଆସୁଥିବାବେଳେ ଏବେ ସରକାରଙ୍କ ଅପାରଗତା ଧରାପଡ଼ିଯାଇଛି। ବାତ୍ୟା ପାଇଁ ସରକାର କିପ୍ରକାର ପ୍ରସ୍ତୁତ ଥିଲେ ତାହା ଏବେ ବୁଝିହେଉଛି। ଘରଦ୍ୱାର ଭାଙ୍ଗି ଯାଇଥିବା ଲୋକମାନଙ୍କୁ ଶୁଖିଲା କିମ୍ବା ରନ୍ଧା ଖାଦ୍ୟ ମିଳୁନାହିଁ । ପିଇବା ପାଣିର ବ୍ୟବସ୍ଥା ନାହିଁ । ବାତ୍ୟା ହେବାର ୫ ଦିନ ପରେ ବି ବିଜୁଳି ସଂଯୋଗ ପାଇଁ ମରାମତି କାମ ଆରମ୍ଭ ହୋଇପାରିନାହିଁ। ରାଜ୍ୟ ସରକାର ତୁରନ୍ତ ପୁନରୁଦ୍ଧାର କାମ ଆରମ୍ଭ କରିବା ସହ ବାସହରା ହୋଇଥିବା ବିପର୍ଯ୍ୟସ୍ତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ପଇିବା ପାଣି ଯୋଗାଇ ଦେବାକୁ ବିଜେପି ଦାବି କରୁଛି। କେନ୍ଦ୍ର ସରକାର ଦୁଇଟି ପର୍ଯ୍ୟାୟରେ ଦେଇଥିବା ୧୩୪୦ କୋଟିର ସହାୟତା ରାଶିକୁ ରାଜ୍ୟ ସରକାର ଖର୍ଚ୍ଚ କରିବାରେ କାହିଁକି ବିଳମ୍ବ କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ନିର୍ବାଚନ ସରିଯାଇଥିବାରୁ କିଛି କରିବେ ନାହିଁ ବୋଲି ଯଦି ମୁଖ୍ୟମନ୍ତ୍ରୀ ଭାବୁଥାନ୍ତି ତା’ହେଲେ ସେଥିରୁ ବିରତ ରୁହନ୍ତୁ ବୋଲି ବିଜେପି ଦାବି କରିଛି।



from Odisha Reporter http://bit.ly/2H4z7GD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages