ପାକିସ୍ତାନ ସୁଫି ଧର୍ମପୀଠରେ ଆତଙ୍କୀ ହମ୍‌ଲା, ୧୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ପାକିସ୍ତାନ ସୁଫି ଧର୍ମପୀଠରେ ଆତଙ୍କୀ ହମ୍‌ଲା, ୧୦ ମୃତ

ଲାହୋର: ବୁଧବାର ଲାହୋରଠାରେ ଥିବା ଏକ ସୁଫି ଧର୍ମପୀଠରେ ହୋଇଥିବା ଆତ୍ମଘାତୀ ହମ୍‌ଲାରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ଏହି ହମ୍‌ଲା ପାଇଁ ଆତଙ୍କବାଦୀ ସଂଗଠନ ପାକିସ୍ତାନୀ ତାଲିବାନ୍‌ ନିଜକୁ ଦାୟୀ କରିଛି। ଏହି ସୁଫି ଧର୍ମପୀଠ ପାକିସ୍ତାନର ସବୁଠାରୁ ପୂରୁଣା ଏବଂ ଲୋକପ୍ରିୟ ଦାତା ଦରବାର ପୀଠ ଭାବରେ ଜଣାଶୁଣା।

ଏକ ମେଲ୍‌ ଜରିଆରେ ପାକିସ୍ତାନୀ ତାଲିବାନ୍‌ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏକାଦଶ ଶତାବ୍ଦୀର ଏହି ଧର୍ମପୀଠର ମହିଳାମାନଙ୍କ ପ୍ରବେଶଦ୍ୱାରରେ ହିଁ ଏହି ବିସ୍ଫୋରଣ ଘଟିଛି। ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ସମଗ୍ର ବିଶ୍ୱରେ ମୁସଲିମ୍‌ ସମ୍ପ୍ରଦାୟ ପବିତ୍ର ରମଜାନ୍‌ ପାଳନ କରୁଛି।

ଏହି ପୀଠ ରଙ୍ଗୀନ ସୁଫି ଉତ୍ସବ ପାଳନ ପାଇଁ ସମଗ୍ର ପାକିସ୍ତାନରେ ବେଶ ଲୋକପ୍ରିୟ। ବିଶେଷ ଦିନରେ ଏଠାରେ ପ୍ରବଳ ଭିଡ଼ ରହୁଥିବାରୁ ଆତଙ୍କବାଦୀ ଟାର୍ଗେଟ୍‌ ପାଇଁ ଏହି ସ୍ଥାନକୁ ବାଛିଥିବା କୁହାଯାଉଛି। ୨୦୧୦ ମସିହାରେ ମଧ୍ୟ ଏହି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ଏଥିରେ ୪୦ ଜଣ ପ୍ରାଣ ହରାଇଥିଲେ।

ସୁଫି ଉପାସକମାନେ ଇସ୍‌ଲାମ୍‌ର ରହସ୍ୟବାଦକୁ ଅନୁସରଣ କରିଥାନ୍ତି। ପାକିସ୍ତାନର ଇସ୍‌ଲାମିକ୍‌ ଆତଙ୍କବାଦୀ ଏମାନଙ୍କୁ ଅନେକ ଥର ଟାର୍ଗେଟ୍‌ କରିଥିବା ନଜିର ରହିଛି। ଏପରିକି ଇସଲାମିକ୍‌ ଷ୍ଟେଟ୍‌ ବିଶ୍ୱାସ କରିଥାଏ ସୁଫି ମତବାଦ ଇସଲାମ୍‌ ଧର୍ମବିରୋଧୀ। ଆଜିର ଏହି ଆକ୍ରମଣରେ ୨ ଜଣ ପୁଲିସ୍‌, ୨ ଜଣ ସୁରକ୍ଷା କର୍ମୀ ଏବଂ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଥିବା ମଧ୍ୟ ଜଣାପଡ଼ିଛି।

୨୦୧୪ ମସିହାରେ ପେଶାୱାରର ଏକ ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ମୁଖ୍ୟତଃ କମ୍‌ ବୟସର ପିଲାମାନଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପାକିସ୍ତାନରେ ଆତଙ୍କବାଦ ବିରୋଧୀ ପଦକ୍ଷେପ ବଢ଼ିଥିବା କୁହାଯାଉଥିଲେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପର ରେକର୍ଡ କିଛି ଅଲଗା କହୁଛି।



from Odisha Reporter http://bit.ly/2VoB4rm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages