
ମେଲବର୍ଣ୍ଣ: ଆସନ୍ତା ମେ’ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ୍ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଜବରଦସ୍ତ ଝଟ୍କା ଲାଗିଛି। ଦଳର ଯୁବ ଦ୍ରୁତ ବୋଲର ଜେ ରିଚାର୍ଡସନ୍ ଆହତ କାରଣରୁ ବିଶ୍ୱକପ୍ ସ୍କ୍ୱାଡ୍ରୁ ବାଦ୍ ପଡ଼ିଛନ୍ତି।
୨୨ ବର୍ଷୀୟ ରିଚାର୍ଡସନ୍ ଚଳିତ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିଲେ। ପ୍ରଥମଥର ପାଇଁ ସେ ବିଶ୍ୱକପ୍ ଖେଳିଥାଆନ୍ତେ। ହେଲେ କାନ୍ଧ ଯନ୍ତ୍ରଣା ଯୋଗୁ ସେ ସ୍କ୍ୱାଡ୍ରୁ ବାଦ୍ ପଡ଼ିଛନ୍ତି।
ତାଙ୍କ ବଦଳରେ କେନ୍ ରିଚାର୍ଡସନ୍ଙ୍କୁ ବିଶ୍ୱକପ୍ ସ୍କ୍ୱାଡ୍ରେ ସାମିଲ କରାଯାଇଛି। କେନ୍ ରିଚାର୍ଡସନ୍ ଅଷ୍ଟ୍ରେଲିଆ ପାଇଁ ୨୦ଟି ଦିନିକିଆ ଖେଳିଥିବା ବେଳେ ୨୯ଟି ୱିକେଟ୍ ନେଇଛନ୍ତି। ଜେ ରିଚାର୍ଡସନ୍ଙ୍କ ପୂର୍ବରୁ ଆହତ ସମସ୍ୟା ଯୋଗୁ ଜୋଶ ହେଜେଲଉଡ୍ ମଧ୍ୟ ବିଶ୍ୱକପ୍ ସ୍କ୍ୱାଡ୍ରୁ ବାଦ୍ ପଡ଼ିଥିଲେ। ଅଷ୍ଟ୍ରେଲିଆ ଜୁନ୍ ୧ରେ ତା’ର ବିଶ୍ୱକପ୍ ଅଭିଯାନ ଆଫଗାନିସ୍ତାନ ବିପକ୍ଷରୁ ଆରମ୍ଭ କରିବ।
from Odisha Reporter http://bit.ly/2VkVj9w
No comments:
Post a Comment