ବହିଷ୍କୃତ ବିଏସ୍‌ଏଫ୍‌ ଯବାନଙ୍କ ଆବେଦନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ବହିଷ୍କୃତ ବିଏସ୍‌ଏଫ୍‌ ଯବାନଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରୁ ପ୍ରାର୍ଥିପତ୍ର ଦାଖଲ କରି ନିରାଶ ହୋଇଥିବା ବହିଷ୍କୃତ ଯବାନ ତେଜବାହାଦୁର ଯାଦବଙ୍କୁ ସୁପ୍ରିମକୋର୍ଟ ପୁଣିଥରେ ଝଟ୍‌କା ଦେଇଛନ୍ତି। ସେ ଦାଖଲ କରିଥିବା ପ୍ରାର୍ଥିପତ୍ରକୁ ଅସଂପୂର୍ଣ୍ଣ ଦର୍ଶାଇ ନିର୍ବାଚନ କମିଶନ ଏହାକୁ ଖାରଜ କରିଦେଇଥିଲେ।

ଏହା ବିରୋଧରେ ତେଜବାହାଦୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି,“ ଯାଦବଙ୍କ ଆବେଦନ ଉପରେ ଆମେ କାହିଁକି ବିଚାର କରିବୁ, ତା’ର କୌଣସି ଠୋସ କାରଣ ପାଉନାହୁଁ।” ଏହି ସମୟରେ ଯାଦବଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ “ସୁପ୍ରିମକୋର୍ଟର ପୂର୍ବ ରାୟ ଅନୁଯାୟୀ ଜଣେ ପ୍ରାର୍ଥୀ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଯାଏ ନାମାଙ୍କନ ଦାଖଲ କରିପାରିବ।”

ନିର୍ବାଚନ କମିଶନ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ମଧ୍ୟ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ଉପସ୍ଥାପନ କରିଥିଲେ। ସେ କହିଥିଲେ, “ନିର୍ବାଚନ ସଂକ୍ରାନ୍ତ ଆବେଦନ କେବଳ ଭୋଟ ପରେ ହିଁ କୋର୍ଟଙ୍କ ପାଖକୁ ଆସିପାରିବ। କାରଣ ନିର୍ବାଚନ ପ୍ରକ୍ରିୟା ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିଥାଏ।” ଏହାପରେ ପ୍ରଶାନ୍ତ ଭୂଷଣ ଭୋଟ୍‌ ପରେ ନିର୍ବାଚନ ସଂକ୍ରାନ୍ତରେ ଆବେଦନ କରିବାକୁ ଅନୁମତି ଦିଆଯାଉ ବୋଲି କହିଥିଲେ। କୋର୍ଟ କହିଥିଲେ, “ଆମେ ଯାହା କହିବା କଥା ଏବଂ କରିବା କଥା କରିସାରିଛୁ। ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବାକୁ କୌଣସି ଉପଯୁକ୍ତ କାରଣ ମିଳୁନାହିଁ।”

ଯାଦବ ସେନା ବାହିନୀରେ ନିମ୍ନମାନର ଖାଇବା ଦିଆଯାଇଥିବା ଅଭିଯୋଗ କରି ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ତାଙ୍କୁ ୨୦୧୭ରେ ବିଏସ୍‌ଏଫ୍‌ରୁ ବହିଷ୍କୃତ କରାଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ସେ ବାରାଣସୀରୁ ସମାଜବାଦୀ ପାର୍ଟି ଟିକେଟ୍‌ରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।



from Odisha Reporter http://bit.ly/2Yf4fKx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages