ନାଗରିକତ୍ୱ ପ୍ରସଙ୍ଗ: ସୁପ୍ରିମକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ନାଗରିକତ୍ୱ ପ୍ରସଙ୍ଗ: ସୁପ୍ରିମକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆଜି ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ରାହୁଲଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ରାହୁଲ ବ୍ରିଟିଶ ନାଗରିକ ହୋଇଥିବାରୁ ତାଙ୍କ ପ୍ରାର୍ଥିପତ୍ରକୁ ଖାରଜ କରିବା ପାଇଁ ଆବେଦନ ହୋଇଥିଲା। ଏଥିସହ ରାହୁଲ କେଉଁ ଦେଶର ନାଗରିକ ତାହା ପ୍ରମାଣ ନ ହେବା ଯାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ରାହୁଲଙ୍କ ବିରୋଧରେ ଆଗତ ଆବେଦନକୁ ଖାରଜ କରିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ରହିଥିଲେ। ଖଣ୍ଡପୀଠ କହିଛନ୍ତି ଯେ “ଯଦି କୌଣସି କମ୍ପାନୀ ଏବଂ କିଛି ଫର୍ମରେ ଜଣେ ବ୍ୟକ୍ତିଙ୍କୁ ବ୍ରିଟିଶ ନାଗରିକ କହିଦେଲେ ସେ କ’ଣ ବ୍ରିଟିଶ ନାଗରିକ ହୋଇଯିବେ? ତେଣୁ ଏହି ଆବେଦନକୁ ଖାରଜ କରାଯାଉଛି।”

ରାହୁଲ ଗାନ୍ଧି ବ୍ରିଟିଶ ନାଗରିକ ହୋଇଥିବାରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରିବାକୁ ଜୟ ଭଗବାନ ଗୋୟଲ ଓ ସିପି ତ୍ୟାଗୀ ନାମକ ଦୁଇ ଜଣ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ କହିଥିଲେ ଯେ “ବ୍ରିଟେନ୍‌ରେ ଅବସ୍ଥିତ ଏକ କମ୍ପାନୀ ତା’ର ୨୦୦୫-୦୬ ବାର୍ଷିକ ରିପୋର୍ଟରେ ରାହୁଲ ଗାନ୍ଧି ଜଣେ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛି। ତେଣୁ ଏହି ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ପ୍ରମାଣିତ ହେବା ଯାଏ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାର ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ଲଢ଼ିବା ପ୍ରକ୍ରିୟାରୁ ବିରତ ରଖନ୍ତୁ।”

ଅନ୍ୟପକ୍ଷରେ ରାହୁଲ ବ୍ରିଟିଶ ନାଗରିକ ବୋଲି ବିଜେପି ସାଂସଦ ସୁବ୍ରମଣୟନ ସ୍ୱାମୀ ମଧ୍ୟ ଅଭିଯୋଗ କରିଥିଲେ। ସେ ଏକାଧିକ ଦସ୍ତାବିଜ ଜରିଆରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ରାହୁଲଙ୍କ ବିରୋଧରେ ଫେରାଦ ହୋଇଥିଲେ। ଏହି ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାହୁଲଙ୍କୁ ନୋଟିସ୍‌ କରି ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କହିଛି।



from Odisha Reporter http://bit.ly/308FIZu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages