ପ୍ରଥମଥର ନକଆଉଟ୍ ମୁକାବିଲା ଜିତିଲା ଦିଲ୍ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ପ୍ରଥମଥର ନକଆଉଟ୍ ମୁକାବିଲା ଜିତିଲା ଦିଲ୍ଲୀ

ବିଶାଖାପଟ୍ଟନମ୍: ଋଷଭ ପନ୍ତଙ୍କ ଦ୍ରୁତ ୪୯ ରନ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ଅନୁଷ୍ଠିତ ଏଲିମିନେଟରରେ ସନରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟରେ ହରାଇ କ୍ୱାଲିଫାୟରରେ ସ୍ଥାନ ହାସଲ କରିଛି। ଆଇପିଏଲରେ ପ୍ରଥମଥର ନକଆଉଟ୍ ଅତିକ୍ରମ କରିଥିବା ଦିଲ୍ଲୀର ଏହି ବିଜୟରେ ପୃଥ୍ୱୀ ଶ’ ଓ ପନ୍ତ ପ୍ରମୁଖ ଭୂମିକା ବହନ କରିଥିଲେ। କ୍ୱାଲିଫାୟରରେ ଦିଲ୍ଲୀର ସାମ୍ନା ଚେନ୍ନାଇ ସୁପର କିଙ୍ଗସ୍ ସହ ହେବ।

ଏଲିନିନେଟରରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ଜବାବରେ ଦିଲ୍ଲୀ ୧୯.୫ ଓଭରରେ ୮ ୱିକେଟ୍ ହରାଇ ୧୬୫ ରନ୍ କରି ବିଜୟୀ ହୋଇଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପନ୍ତ ୨୧ ବଲରେ ୨ ଚୌକା ଓ ୫ ଛକା ସହ ୪୯ ରନ୍ କରିଥିଲେ।

୧୬୩ ରନର ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀକୁ ଦୁଇ ଓପ୍ନର ପୃଥ୍ୱୀ ଓ ଶିଖର ଧୱନ୍ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୬ ରନ୍ ଯୋଡ଼ିଥିଲେ। ଧୱନ୍ ୧୭ ରନ୍ କରି ଦୀପକ ହୁଡାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଦିଲ୍ଲୀର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୃଥ୍ୱୀ ଅର୍ଦ୍ଧଶତକ ମାରିଥିଲେ ହେଁ, ଶେଷ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠିପାରି ନଥିଲେ। ସେ ୩୮ ବଲରେ ୬ ଚୌକା ଓ ୨ ଛକା ସହ ୫୬ ରନ୍ କରି ଆଉଟ ହୋଇଥିଲେ।

ମଧ୍ୟକ୍ରମରେ ଅଧିନାୟକ ଶ୍ରେୟସ ଆୟର୍ (୮), କଲିନ୍ ମୁନରୋ (୧୪), ଅକ୍ଷର ପଟେଲ୍ (୦), ଶେରଫେନ୍ ରଦରଫର୍ଡ (୯) ନିରାଶ କରିଥିଲେ। ତେବେ ପନ୍ତ ଏକାକୀ ଲଢ଼ି ଟିମକୁ ବିଜୟ ନିକଟତର କରାଇଥିଲେ। ପନ୍ତଙ୍କ ଆଉଟ୍ ପରେ ଦିଲ୍ଲୀକୁ ବିଜୟ ପାଇଁ ୫ ରନ୍ ଆବଶ୍ୟକ ହେଉଥିଲା। କିନ୍ତୁ କୀମୋ ପଲ୍ (୫) ଅପରାଜିତ ରହି ଟିମକୁ ଜିତାଇଥିଲେ । ହାଇଦ୍ରାବାଦ ପକ୍ଷରୁ ରଶିଦ୍ ଖାନ୍ ଓ ଖଲୀଲ ଅହମ୍ମଦ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ହାଇଦ୍ରାବାଦ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଓପ୍ନର ଋଦ୍ଧିମାନ ଶାହା (୮) ପୁଣିଥରେ ନିରାଶ କରିଥିଲେ। ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ ଖେଳୁଥିବା ମାର୍ଟିନ୍ ଗପ୍ଟିଲ୍ ଦ୍ରୁତ ୩୬ (୧୯ ବଲ୍, ୧ ଚୌକା, ୪ ଛକା) ରନ୍ କରିଥିବା ବେଳେ ମନିଷ ପାଣ୍ଡେ (୩୬ ବଲ୍, ୩୦ ରନ୍) ଧିମା ବ୍ୟାଟିଂ କରିଥିଲେ।

ମଧ୍ୟକ୍ରମରେ ଅଧିନାୟକ କେନ୍ ୱିଲିୟମସନ୍ (୨୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ବିଜୟ ଶଙ୍କର ଦ୍ରୁତ ୨୫ (୧୧ ବଲ୍, ୨ ଚୌକା, ୨ ଛକା) ଓ ମହମ୍ମଦ ନବି ଦ୍ରୁତ ୨୦ (୧୩ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିଲେ ହେଁ, ଟିମକୁ ବଡ଼ ସ୍କୋରରେ ପହଞ୍ଚାଇପାରି ନଥିଲେ। ଦିଲ୍ଲୀର ସଫଳ ବୋଲର ଭାବେ କୀମୋ ପଲ୍ ୩ଟି ଓ ଈଶାନ୍ତ ଶର୍ମା ୨ଟି ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2JrUGUA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages