ପଦ ଛାଡ଼ିବା ଜିଦ୍‌ରେ ରାହୁଲ ଅଟଳ, କହିଲେ ବିକଳ୍ପ ଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ପଦ ଛାଡ଼ିବା ଜିଦ୍‌ରେ ରାହୁଲ ଅଟଳ, କହିଲେ ବିକଳ୍ପ ଖୋଜ

ନୂଆଦିଲ୍ଲୀ: ନିର୍ବାଚନ ହାରିବା ପରେ ଇସ୍ତଫା ଦେଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ରାହୁଲ ଇସ୍ତଫା ଦେଇଥିଲେ ହେଁ ଏହା କଂଗ୍ରେସର କେନ୍ଦ୍ରୀୟ ୱାର୍କିଂ କମିଟି ଦ୍ୱାରା ଅଗ୍ରାହ୍ୟ ହୋଇଯାଇଛି। ତଥାପି ରାହୁଲ ପଦ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତାଙ୍କୁ କହିଥିବା ଜଣାପଡ଼ିଛି।

ରାହୁଲ ଗାନ୍ଧି ଆଜି ଦଳର ଦୁଇ ବରିଷ୍ଠ ଅହମ୍ମଦ ପଟେଲ ଓ କେସି ଭେନୁଗୋପାଲଙ୍କ ସହ ବୈଠକ କରିଛନ୍ତି। ବୈଠକରେ ରାହୁଲ ନିଜ ଇସ୍ତଫା ଜିଦ୍‌ରେ ଅଟଳ ଥିବା କହିଛନ୍ତି। ଏଥିସହ ପରବର୍ତ୍ତୀ କଂଗ୍ରେସ ମୁଖ୍ୟ କିଏ ହେବ, ସେଭଳି ନେତା ଯଥାଶୀଘ୍ର ଖୋଜି ବାହାର କରିବାକୁ ରାହୁଲ ଦୁଇ ହେଭିୱେଟଙ୍କୁ କହିଥିବା ଜଣାପଡ଼ିଛି।

ରାହୁଲଙ୍କ ଇସ୍ତଫା ନିଷ୍ପତ୍ତି ବିଷୟରେ କଂଗ୍ରେସ ୱାର୍କିଂ କମିଟି ବୈଠକରେ ଆଲୋଚନା ହୋଇଥିଲା। ପରାଜୟ ପାଇଁ କେବଳ ରାହୁଲ ଗାନ୍ଧି ଦାୟୀ ନୁହନ୍ତି ବୋଲି କମିଟିର ସଦସ୍ୟମାନେ କହିବା ସହ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାହୁଲ ତାଙ୍କ ନିଷ୍ପତ୍ତି ବଦଳାଇ ନାହାନ୍ତି। ଏପରି କି ରାହୁଲ ନୂଆ କରି ନିର୍ବାଚିତ ହୋଇଥିବା କଂଗ୍ରେସ ସାଂସଦମାନଙ୍କୁ ମଧ୍ୟ ଭେଟି ନାହାନ୍ତି। କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲଙ୍କ ସହ ନବ ନିର୍ବାଚିତ ସାଂସଦଙ୍କର ଆଜି ଏକ ବୈଠକ ହେବାର ଥିଲା। ହେଲେ ରାହୁଲ କାହାକୁ ସାକ୍ଷାତ କରିବେ ନାହିଁ ବୋଲି କହିଛନ୍ତି।

ରାହୁଲ ଇସ୍ତଫା ଜିଦ୍‌ରେ ଅଟଳ ଥିଲେ ହେଁ ନୂଆ ନେତା ନ ବଛା ହେବା ଯାଏ ସେ ଏହି ପଦରେ ରହିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ମା’ ସୋନିଆ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଥମରୁ ରାହୁଲଙ୍କ ଇସ୍ତଫା ନିଷ୍ପତ୍ତିକୁ ଗ୍ରହଣ କରୁ ନଥିଲେ ହେଁ ଏବେ ସେମାନେ ଏଥିରେ ଏକମତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଦଳର ବରିଷ୍ଠ କଂଗ୍ରେସ ନେତାମାନେ ରାହୁଲ ଗାନ୍ଧିଙ୍କୁ ଇସ୍ତଫା ନିଷ୍ପତ୍ତି ବଦଳାଇବାକୁ ନିବେଦନ କରି ଆସୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରେ ପରିବାର ବାଦକୁ ରାହୁଲ ନିନ୍ଦା କରିବା ସହ ଦଳର ବରିଷ୍ଠ ନେତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।



from Odisha Reporter http://bit.ly/2JJUq4a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages