ଆରପାରିରେ ଅଜୟ ଦେବଗନଙ୍କ ବାପା ବିରୁ ଦେବଗନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଆରପାରିରେ ଅଜୟ ଦେବଗନଙ୍କ ବାପା ବିରୁ ଦେବଗନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ ବିରୁ ଦେବଗନଙ୍କର ଆଜି ହେଦାନ୍ତ ହୋଇଯାଇଛି।  ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। କାର୍ଡିଆକ୍ ଆରେଷ୍ଟ ହେବା ଯୋଗୁ ଗତକାଲି ରାତିରେ ସ୍ଥାନୀୟ ସାଣ୍ଟା କ୍ଲସ୍‌ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

ବିରୁ ଦେବଗନଙ୍କ ଜନ୍ମ ପଞ୍ଜାବର ଅମୃତସରରେ ହୋଇଥିଲା। ୮୦ରୁ ଅଧିକ ଫିଲ୍ମରେ ଆକ୍ସନ କୋରିଓଗ୍ରାଫି କରିଛନ୍ତି ବିରୁ। ଏହା ବ୍ୟତୀତ ସେ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୧୯୯୯ ମସିହାରେ ରିଲିଜ୍‌ ହୋଇତିବା ଫିଲ୍ମ ‘ହିନ୍ଦୁସ୍ଥାନ କା କସମ ହୈ’ରେ ସେ ନିର୍ଦ୍ଦେଶନା ଦେଇଥିଲେ।

ଏଥିସହ ବିରୁ ଅଭିନେତା ଭାବେ କିଛି ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ‘କ୍ରାନ୍ତି’, ‘ସୌରଭ’, ‘ସିଂହାସନ’ରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି।  ‘ଦିଲ୍ଲ କ୍ୟା କରେ’ ଏବଂ ‘ହିନ୍ଦୁସ୍ଥାନ’ ଫିଲ୍ମର ସେ ପ୍ରଯୋଜନା ମଧ୍ୟ କରିଛନ୍ତି।

ଅଜୟ ଦେବଗନଙ୍କ ଫିଲ୍ମ ‘ଜିଗର’ର କାହାଣୀ ବିରୁ ଦେବଗନ ଲେଖିଥିଲେ।



from Odisha Reporter http://bit.ly/2K6gG7S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages