ଦି ଦିନ ଉପାସ ରହିବା ପରେ ଖାଇଲେ ଲାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଦି ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

ରାଞ୍ଚି: ବିହାର ଓ ଝାରଖଣ୍ଡରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଜେଲ୍‌ରେ ଥିବା ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ କିଛି ବି ଖାଇ ନଥିଲେ। ତେବେ ଦୁଇ ଦିନ ଉପାସ ରହିବା ପରେ ଗତକାଲି ରାତିରେ ଲାଲୁ ଖାଦ୍ୟ ଗ୍ରହଣ କରିଛନ୍ତି। ସାଧାରଣ ନିର୍ବାଚନରେ ଆରଜେଡି ନୈରାଶ୍ୟଜନକ ପ୍ରଦର୍ଶନ ଭୋଟ୍‌ ଗଣତି ସମୟରେ ସାମ୍ନାକୁ ଆସିଥିଲା।

ଏହାପରେ ଲାଲୁ ମନ ଦୁଃଖ କରି ଖାଇବା ଛାଡ଼ି ଦେଇଥିଲେ। ୨୩ ଓ ୨୪ ତାରିଖରେ କିଛି ଖାଇ ନଥିବା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିବାରୁ ଲାଲୁ ଗତକାଲି ଖାଇଛନ୍ତି। ଲାଲୁ ଦୁଇ ଦିନ ହେଲା ଖାଇ ନଥିବାରୁ କୌଣସି ମେଡିସିନ୍‌ ମଧ୍ୟ ଖାଇ ପାରୁ ନଥିଲେ। ଫଳରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ବୋଲି ତାଙ୍କର ଚିକିତ୍ସା କରୁଥିବା ଟିମ୍‌ର ମୁଖ୍ୟ ଡା. ଉମେଶ ପ୍ରସାଦ କହିଛନ୍ତି।

ଉଚ୍ଚ ରକ୍ତଚାପ, ମଧୁମେହ ଓ ଦୁର୍ବଳ କିଡ୍‌ନୀ ଭଳି ରୋଗରେ ଆକ୍ରାନ୍ତ ଲାଲୁ ପ୍ରସାଦ ଜେଲଦଣ୍ଡ ପାଇବା ପରେ ୨୦୧୭ ଡିସେମ୍ବର ମାସରୁ ରାଞ୍ଚିର ରିମ୍ସ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସାଧାରଣ ନିର୍ବାଚନରେ ଆରଜେଡି ଉଭୟ ବିହାର ଓ ଝାରଖଣ୍ଡରେ ପ୍ରାର୍ଥୀ ଦେଇଥିଲେ ହେଁ ଉଭୟ ରାଜ୍ୟରେ ଦଳ ଖାତା ଖୋଲି ପାରି ନଥିଲା। ଏଥିରେ ଲାଲୁ ପ୍ରସାଦ ଯାଦବ ଗଭୀର ମର୍ମାହତ ହୋଇଥିଲେ। ୧୯୯୭ରେ ଆରଜେଡି ଗଠିତ ହେବା ଦିନଠାରୁ ଦଳ ପ୍ରଥମଥର ପାଇଁ କୌଣସି ନିର୍ବାଚନରେ ଖାତା ଖୋଲିବାକୁ ଅସମର୍ଥ ହୋଇଥିଲା।



from Odisha Reporter http://bit.ly/2HCJGlY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages