ବିଜେପି ଜିତିବା ପରେ ଟ୍ୱିଟ୍‌ରେ ଚିନ୍ତା ପ୍ରକଟ କଲେ ଋଷି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ବିଜେପି ଜିତିବା ପରେ ଟ୍ୱିଟ୍‌ରେ ଚିନ୍ତା ପ୍ରକଟ କଲେ ଋଷି

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା  ଋଷି କପୁର୍‌ ସ୍ୱାସ୍ଥ୍ୟ ସମସ୍ୟା ନେଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି।  ଏହି ଅବସରରେ ସେ ୨୦୧୯ ଲୋକସଭା ନିର୍ବାଚନକୁ ନେଇ ଏକ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଦଳର ନେତା ନରେନ୍ଦ୍ର ମୋଦି, ସ୍ମୃତି ଇରାନି ଏବଂ ଅରୁଣ ଜେଟ୍‌ଲିଙ୍କୁ ଟ୍ୱିଟ୍‌ କରି ସେ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ଟ୍ୱିଟ୍‌ରେ ସେ ଦେଶର ନାଗରିକଙ୍କ ପାଇଁ ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ, ‘ଦ୍ୱିତୀୟ ଥର ନିର୍ବାଚନ ଜିତିଥିବା ବିଜେପି ଦଳକୁ ମୋର ଶୁଭେଚ୍ଛା। ଦଳର ପ୍ରମୁଖ ନେତା ଅରୁଣ ଜେଟଲି, ସ୍ମୃତି ଇରାନି ଏବଂ ନରେନ୍ଦ୍ର ମୋଦିଙ୍କୁ ମୋର ବିନମ୍ର  ଅନୁରୋଧ ଯେ, ଭାରତରେ ନିଶୁଳ୍କ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ପେନ୍‌ସନ୍‌ ପାଇଁ କାମ ହେବା ଆବଶ୍ୟକ। ଏହି କାମ କଷ୍ଟ କିନ୍ତୁ ଆପଣ ଆରମ୍ଭ କଲେ ଦିନେ ନା ଦିନେ ଏହା ସଫଳ ହେବ’।

ଏହା ପରେ ସେ ଲେଖିଛନ୍ତି ଯେ, ‘ଏଠାରେ ସ୍ନାତକ ଶିକ୍ଷା ଏବଂ ଡାକ୍ତରଖାନାରେ ବିଷେଶ ସ୍ୱାସ୍ଥ୍ୟ ସେବା ଆବଶ୍ୟକ ।  ଆମେରିକାରେ ଅନେକ ଶିକ୍ଷକ ଏବଂ ଡାକ୍ତର ଭାରତୀୟ। ଏହି ବିଷୟ ଉପରେ ଧ୍ୟାନ ଦେବା ସହ ସବୁ ସୁବିଧା ଆମ ଭାରତରେ ମଧ୍ୟ ଆମେ ପାଇବା ପାଇଁ ଚାହୁଁଛୁ’।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷା ଯୁବକଙ୍କୁ ଭଲ ରୋଜଗାର ଦେଇ ପାରିବ। ଏକ ସଠିକ୍‌ ଲୋକତନ୍ତ୍ରର ଏକ ଅବସର ଯୋଗାଇଥାଏ।

ଏହା କହିଲା ପରେ ସେ ଲେଖିଛନ୍ତି ଯେ, ଯଦି ମୁଁ ଅଧିକା କିଛି କହିଦେଇଛି ତାହାଲେ ମୋତେ କ୍ଷମା କରନ୍ତୁ। ଜଣେ ଭାରତୀୟ ନାଗରିକ ହୋଇଥିବା କାରଣରୁ ମୋତେ ଲାଗୁଛି ଯେ ଏହି ବିଷୟକୁ ମୁଁ ସାମ୍ନାକୁ ଆଣିବା ଆବଶ୍ୟକ।



from Odisha Reporter http://bit.ly/2HEkKdM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages