
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ ‘ଫୋନି’ ଆସନ୍ତାକାଲି ସକାଳେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି। ଯଦିଓ ବାତ୍ୟାର ପ୍ରଭାବ ୧୨ରୁ ୧୫ଟି ଜିଲ୍ଲାରେ ଅନୁଭୂତ ହେବାର ଆଶଙ୍କା ରହିଛି, ତଥାପି ସର୍ତକତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟର ସମସ୍ତ ୩୦ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟରେ କଣ୍ଟ୍ରୋଲରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲରୁମ୍ ମାଧ୍ୟମରେ ଜିଲ୍ଲା ପ୍ରଶାସନ ପ୍ରଭାବିତ ଲୋକଙ୍କ ନିକଟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବ।
from Odisha Reporter http://bit.ly/2WiOemf
No comments:
Post a Comment