ପୁଲିସ୍‌କୁ ଦାୟୀ କଲେ ପରିବାର ଲୋକେ, ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ପୁଲିସ୍‌କୁ ଦାୟୀ କଲେ ପରିବାର ଲୋକେ, ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

people

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ବାଲିମେଳାରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସ୍‌କୁ ଦେଖି ନଦୀକୁ ଡେଇଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଆଜି ଉତ୍ତେଜନା ଦେଖା ଦେଇଥିଲା। ବାଲିମେଳା ଏସ୍‌ଡିପିଓଙ୍କ ଅଫିସ୍ ଆଗରେ ମୃତଦେହକୁ ରଖି ପରିବାର ଲୋକେ ଧାରଣାରେ ବସିଥିଲେ। ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଥିଲେ। ମାଲକାନଗିରି ଏସ୍‌ପିଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ସେମାନେ ଧାରଣାରୁ ଉଠିଥିଲେ।

ମୃତ ଯୁବକଙ୍କ ନାଁ ବିନୋଦ ଖେମୁରୁ। ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରି ଏଥିରେ ଏସ୍‌ପି ହସ୍ତକ୍ଷକ କରିବାକୁ ଦାବି କରିଛନ୍ତି। ସେମାନେ ପୁଲିସ୍‌ ଉପରେ ସନ୍ଦେହ କରୁଥିବା ବେଳେ ଏସ୍‌ଡିପିଓ ମାନସ ରଞ୍ଜନ ବାରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏସ୍‌ପି ସେମାନଙ୍କ ସହିତ ଫୋନ୍‌ରେ କଥା ହୋଇ ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଗତ ୧୭ ତାରିଖରେ ବାଲିମେଳା ପୋଷ୍ଟ୍‌ ଅଫିସ୍‌ କଲୋନୀର ନଦୀ କୂଳରେ ଜୁଆଖେଳ ଚାଲିଥିବା ଖବର ପାଇ ପୁଲିସ୍‌ ଚଢ଼ଉ କରିଥିଲା। ଏହି ସମୟରେ ବିନୋଦଙ୍କ ସମେତ ଆଉ ୩ ଜଣ ବ୍ୟକ୍ତି ଭୟରେ ନଦୀକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ବଞ୍ଚି ଯାଇଥିବା ବେଳେ ବିନୋଦ ନିଖୋଜ ହୋଇ ଯାଇଥିଲେ। ଗତକାଲି ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଏ ଘଟଣା ନେଇ ପରିବାର ଲୋକେ ପୁଲିସକୁ ଦାୟୀ କରିଛନ୍ତି।



from Odisha Reporter http://bit.ly/2Q833pF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages