ପଶ୍ଚିମବଙ୍ଗରେ ଭୋଟିଂ ବେଳେ ହିଂସା, ବିଜେପି ପ୍ରାର୍ଥୀ ଓ ନେତାଙ୍କୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ପଶ୍ଚିମବଙ୍ଗରେ ଭୋଟିଂ ବେଳେ ହିଂସା, ବିଜେପି ପ୍ରାର୍ଥୀ ଓ ନେତାଙ୍କୁ ଆକ୍ରମଣ

କୋଲକାତା: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବେଳେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ହୋଇଥିବା ସାମ୍ନାକୁ ଆସିଛି। ବୁଥ ଜବରଦଖଲ ନେଇ ଅଭିଯୋଗ ଆସିବା ପରେ ତଦାରଖ କରିବାକୁ ଯାଇ ଯାଦବପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅନୁପମ ହାଜରା ଆକ୍ରମଣର ଶିକାର ହୋଇଥିବା ଦେଖିବାକୁ ମିଳିଛି।

ଆଜି ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୯ଟି ଆସନ ପାଇଁ ମତଦାନ ହେଉଛି। ଯାଦବପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଶ୍ରୀ ହାଜରା ବିଭିନ୍ନ ବୁଥ୍ ଯାଇ ନିର୍ବାଚନ ପରିଚାଳନାର ତଦାରଖ କରୁଥିଲେ। ହେଲେ ସେ ସ୍ଥାନୀୟ କେଲେର ସ୍କୁଲରେ ହୋଇଥିବା ୧୦୯ ନମ୍ୱର ଓ୍ୱାର୍ଡର ବୁଥକୁ ପରିଦର୍ଶନ ପାଇଁ ଯାଇଥିଲେ। ସେହି ସମୟରେ ବିଜେପିର ୩ ପୋଲିଂ ଏଜେଣ୍ଟଙ୍କୁ ବୁଥରୁ ବାହାର କରି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ କୋଲକାତା ମ୍ୟୁନିସିପାଲଟି କର୍ପୋରେସନରେ ଥିବା ୫୨ଟି ଯାକ ବୁଥରେ ରିଗିଂ ହୋଇଥିବା ବିଜେପି ପ୍ରାର୍ଥୀ ଅନୁପମ ହାଜରା ଅଭିଯୋଗ କରିଛନ୍ତି।

ତେବେ ଟିଏମସି କର୍ମୀମାନେ ହିଁ ବିଜେପିର ପୋଲିଂ ଏଜେଣ୍ଟଙ୍କୁ ବାହାର କରି ଦେଇଥିବା ବିଜେପି ପ୍ରାର୍ଥୀ ଅଭିଯୋଗ କରିଛନ୍ତି। ଏହାପରେ ବିଜେପି ମଣ୍ଡଳ ସଭାପତିଙ୍କୁ ଟିଏମସି କର୍ମୀମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ମଣ୍ଡଳ ସଭାପତିଙ୍କର ଗୋଟିଏ ଦାନ୍ତ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଏଥିସହ ଜଣ ସିଆଇଏସଏଫ ଅଫିସର ମଧ୍ୟ ଟିଏମସି କର୍ମୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2EiBipJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages