
କାନ୍(ଫ୍ରାନ୍ସ): ହଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଜୁଲିଆ ରବର୍ଟସ୍ ୨୦୧୬ରେ କାନ୍ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିଲେ। ସେ ନିଜ ଫିଲ୍ମ ‘ମନି ମନ୍ଷ୍ଟର’ ସ୍କ୍ରିନିଂ ପାଇଁ ଏହି ପ୍ରତିଷ୍ଠିତ ଫେଷ୍ଟିଭାଲ୍ରେ ପ୍ରଥମ ଥର ସାମିଲ ହୋଇଥିଲେ।
ସେ ହୀରାର ହାର ସହ କଳା ରଙ୍ଗର ଦାମୀ ଅର୍ମାନୀ ଗାଉନ୍ ପିନ୍ଧିଥିଲେ। କିନ୍ତୁ ତାଙ୍କ ପାଦକୁ ଦେଖିଲେ ନିଶ୍ଚିତ ଭାବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।
କାରଣ ଜୁଲିଆ ରେଡ୍ କାର୍ପେଟରେ ପହଞ୍ଚିଥିବା ବେଳେ ପାଦରେ କିଛି ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ଜୁଲିଆଙ୍କୁ ଖାଲି ପାଦରେ ଦେଖି କିଛି ଲୋକ ଏହାକୁ ନୂଆ ଟ୍ରେଣ୍ଡ୍ ବୋଲି ଭାବିଥିଲେ। ଆଉ କିଛି ଲୋକ ଜାଣିଶୁଣି ସେ ଏମିତି କରିଛନ୍ତି ବୋଲି କହିଥିଲେ। କିନ୍ତୁ ପରେ ଅସଲ କାରଣ ସାମ୍ନାକୁ ଆସିଥିଲା।
ସୂଚନା ମୁତାବକ, ୨୦୧୫ରେ ନିଜ ଫିଲ୍ମ ‘କୈରେଲ’ର ସ୍କ୍ରିନିଙ୍ଗ ପାଇଁ ୫୦ଜଣ ଯୁବତୀ ଆସି କାନ୍ରେ ପହଞ୍ଚିଥିଲେ । କିନ୍ତୁ ସେମାନେ ହାଇ ହିଲ୍ସ ପିନ୍ଧି ନଥିବାରୁ ସେମାନଙ୍କୁ ଭିତରକୁ ଯିବା ପାଇଁ ଅନୁମତି ମିଳି ନ ଥିଲା । ଅନେକ ଅନୁରୋଧ ପରେ ମଧ୍ୟ ସେମାନଙ୍କୁ ଭିତରକୁ ଛଡ଼ା ଯାଇ ନଥିଲା । ଏ ବିଷୟରେ ଜୁଲିଆ ଶୁଣିବା ପରେ ଏଭଳି ପ୍ରଥାକୁ ବିରୋଧ କରି ୨୦୧୬ରେ ସେ ଖାଲି ପାଦରେ କାନ୍ ଯିବା ପାଇଁ ଚିନ୍ତା କରିଥିଲେ। ସବୁଠୁ ଚିତ୍ତାକର୍ଷକ କଥା ହେଉଛି, ଜୁଲିଆ ନିଜ ବାହାଘରରେ ବି ଏମିତି ଖାଲି ପାଦରେ ଚାଲିବାକୁ ନିଷ୍ପତ୍ତି ନେଇଥିଲେ।
from Odisha Reporter http://bit.ly/2w9rSbn
No comments:
Post a Comment