
ଗାନ୍ଧିନଗର: କଂଗ୍ରେସ ଛାଡ଼ିଥିବା ବିଧାୟକ ଅଳ୍ପେଶ ଠାକୁର ଖୁବ୍ଶୀଘ୍ର ବିଜେପିରେ ଯୋଗଦେବେ। ଏନେଇ ଆଜି ଅଳ୍ପେଶ ଗୁଜରାଟ୍ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ନୀତୀନ ଭାଇ ପଟେଲଙ୍କ ସହ ଆଲୋଚନା କରିଛନ୍ତି। ଅଳ୍ପେଶ ଓ ତାଙ୍କର ୪ ଜଣ ସହଯୋଗୀ ନୀତୀନ ପଟେଲଙ୍କ ସହ ଦୀର୍ଘ ଏକ ଘଣ୍ଟା କାଳ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିବା ଜଣାପଡ଼ିଛି।
ରାଧନପୁରରୁ ବିଧାୟକ ହୋଇଥିବା ଅଳ୍ପେଶ ଓ ତାଙ୍କର ଦୁଇ ଜଣ ସହଯୋଗୀ ଗତ ଏପ୍ରିଲ ମାସରେ କଂଗ୍ରେସ ଛାଡ଼ିଥିଲେ। ସେବେଠାରୁ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜାରି ରହିଥିଲା। କିନ୍ତୁ ନିଜେ ଅଳ୍ପେଶ ଏହାକୁ ଅସ୍ୱୀକାର କରିଥିଲେ। କିନ୍ତୁ ସମୟ ବଦଳିବା ସହ ଅଳ୍ପେଶଙ୍କ ନିଷ୍ପତ୍ତି ମଧ୍ୟ ବଦଳିଥିବା ଜଣାପଡ଼ିଛି।
from Odisha Reporter http://bit.ly/2HDXnRr
No comments:
Post a Comment