ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ବୟସ: ମା’-ପୁଅ ମ୍ୟାଟ୍ରିକ୍‌ ପାସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ବୟସ: ମା’-ପୁଅ ମ୍ୟାଟ୍ରିକ୍‌ ପାସ୍‌

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କଥାରେ ଅଛି, ଜୀବନରେ ଶିକ୍ଷାର କେବେ ଅନ୍ତ ନାହିଁ । ଆଉ ଏଇ ଉକ୍ତିକୁ ସତ କରି ଦେଖାଇଛନ୍ତି, ମାଲକାନଗିରି ଜିଲ୍ଲା ତରଲାକୋଟା ଗାଁର ବାସନ୍ତୀ ମୁଦୁଲି । ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର୍ ମାନିଯାଇଛି ବୟସର ପ୍ରତିବନ୍ଧକ। ଏକଥାକୁ ପ୍ରମାଣିତ କରିଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ତରଲାକୋଟା ଗାଁର ଅଙ୍ଗନୱାଡ଼ି କର୍ମୀ ବାସନ୍ତୀ ମୁଦୁଲି । ନିଜ ପୁଅ ସହ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।  ପେଶାରେ ଜଣେ ଅଙ୍ଗନବାଡ଼ି କର୍ମୀ ହେଉଛନ୍ତି ବାସନ୍ତୀ ।

ମାତ୍ର ଅଳ୍ପ ବୟସରେ ବିବାହ ଆଉ ତାପରେ ପାଠପଢାରେ ଲାଗିଯାଇଥିଲା ଡୋରି । କିନ୍ତୁ ପରବର୍ତ୍ତୀ ସମୟରେ ବଡ ପୁଅ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ବେଳେ ମା’ ବାସନ୍ତୀ ମଧ୍ୟ ଖାଲି ସମୟରେ ପୁଅର ବହି ପଢି ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ।

ଆଉ ମା, ପୁଅ ଏବେ ଏକାସଙ୍ଗେ ମାଟ୍ରିକ୍ ପାସ୍ କରିଛନ୍ତି । ତେବେ ସହାୟତା ମିଳିଲେ ଆଗକୁ ବି ପାଠପଢ଼ା ଜାରି ରଖିବେ ବୋଲି ବାସନ୍ତୀ କହିଛନ୍ତି।  ଏଭଳି ସଫଳତାକୁ ନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ବି ଖୁସି ପ୍ରକାଶ କରିଛନ୍ତି।



from Odisha Reporter http://bit.ly/2YW62op

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages