ଟିମ୍ ଇଣ୍ଡିଆକୁ ଏହି ପରାମର୍ଶ ଦେଲେ ସଚିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଟିମ୍ ଇଣ୍ଡିଆକୁ ଏହି ପରାମର୍ଶ ଦେଲେ ସଚିନ

ନୂଆଦିଲ୍ଲୀ: ୧୯୯୨ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ୱକପରେ ଡେବ୍ୟୁ କରିଥିଲେ। ଏହାର ଠିକ୍ ତିନିବର୍ଷ ପୂର୍ବରୁ ସେ ପାକିସ୍ତାନର ଶକ୍ତିଶାଳୀ ପେସ୍ ବ୍ୟାଟେରୀ ସାମ୍ନାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୧୯୯୨ରେ ମାତ୍ର ୧୮ ବର୍ଷର ହୋଇଥିବା ସଚିନ ଜାଣିଥିଲେ ଯେ, ତାଙ୍କୁ ଆହୁରି ୫ଟି ବିଶ୍ୱକପ୍ ଖେଳିବାକୁ ଅଛି। ଶେଷରେ ୨୦୧୧ରେ ନିଜ ହୋମ୍ ଭେନ୍ୟୁ ଅର୍ଥାତ୍ ମୁମ୍ବାଇରେ ସଚିନଙ୍କ ବିଶ୍ୱକପ୍ ଜିତିବାର ସ୍ୱପ୍ନ ସାକାର ହୋଇଥିଲା। ସଚିନଙ୍କ ପୂର୍ବରୁ ଜାଭେଦ୍ ମିଆଁଦାଦ ମଧ୍ୟ ୬ ବିଶ୍ୱକପ୍ ଖେଳିବାର ରେକର୍ଡ କରିଥିଲେ।

ସଚିନ ଜାଣିଛନ୍ତି ଯେ, ପ୍ରତି ଚାରିବର୍ଷରେ ଥରେ ଆସୁଥିବା ଏହି ବିଶ୍ୱକପର ମହତ୍ତ୍ୱ କ’ଣ। ଏଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ନିଜକୁ କିପରି ପ୍ରସ୍ତୁତ କରିହେବ, ତାହା ମଧ୍ୟ ସଚିନଙ୍କୁ ଜଣା। ତେଣୁ ସଚିନ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆକୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏହା ଏକ ଲମ୍ବା ଟୁର୍ଣ୍ଣାମେଣ୍ଟ। ଏହାର ଫର୍ମାଟ୍ ମଧ୍ୟ ନୂଆ। ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟପୂର୍ଣ୍ଣ ଭାବେ ଚତୁରତାର ସହ ଆଗକୁ ବଢ଼ିବାକୁ ହେବ। ଏହାଛଡ଼ା ନିଜ ଧ୍ୟାନକୁ କେନ୍ଦ୍ରିତ କରିବା ସହ ଧିରେ ଧିରେ ଟୁର୍ଣ୍ଣାମେଣ୍ଟ ପରିସ୍ଥିତି ଅନୁଯାୟୀ ନିଜକୁ ଖାପଖୁଆଇବାକୁ ପଡ଼ିବ। ଯଦି ଏଥିରେ ଆମେ ସଫଳ ହେଉ, ତାହେଲେ ଫଳାଫଳ ଆପେଆପେ ମିଳିଯିବ ବୋଲି ସଚିନ କହିଛନ୍ତି।

ପାକିସ୍ତାନ ବିପକ୍ଷରେ ୧୯୮୯ରେ ଡେବ୍ୟୁ କରିଥିବା ସଚିନ ଟିମ୍ ଚୟନକୁ ନେଇ କହିଛନ୍ତି, “ବିଶ୍ୱକପ୍ ପାଇଁ ଚୟନ ହୋଇଥିବା ଟିମରେ ଦୁଇଜଣ ଅଲରାଉଣ୍ଡର ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ବିଜୟ ଶଙ୍କର ବ୍ୟାଟିଂ ଓ ବୋଲିଂ କରିବାରେ ସକ୍ଷମ। ସେହିପରି ଟିମରେ ଦୁଇଟି କ୍ୱାଲିଟି ସ୍ପିନର ଭାବେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଉପସ୍ଥିତ ଅଛନ୍ତି, ଯେଉଁମାନେ ମିଡିଲ୍ ଓଭରରେ ବୋଲିଂ କରିବେ। ଆମ ପାଖରେ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନ୍-ଅଲରାଉଣ୍ଡର ମଧ୍ୟ ଅଛନ୍ତି। ମୋତେ ଟିମ୍ ଇଣ୍ଡିଆର ପେସ୍ ଆକ୍ରମଣ ପସନ୍ଦ ହୋଇଛି।”

ସଚିନ ନିକଟରେ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବୋଲର ଆଖ୍ୟା ଦେଇଥିଲେ। ଟିମରେ ବୁମ୍ରାଙ୍କ ବ୍ୟତୀତ ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାର ମଧ୍ୟ ଅଛନ୍ତି। ସଚିନ କହିଛନ୍ତି, ଦେଶ ପାଇଁ ଖେଳିବା ସମ୍ମାନର କଥା। ଖାସ୍ କରି ବିଶ୍ୱକପରେ ଖେଳିବା କୌଣସି କ୍ରିକେଟରଙ୍କ ବଡ଼ ସ୍ୱପ୍ନ ହୋଇଥାଏ। ଯେତେବେଳେ ଏହି ଦୁଇଟି କଥା ମିଶିଯାଏ, ସେତେବେଳେ ଟୁର୍ଣ୍ଣାମେଣ୍ଟ ଆହୁରି ବଡ଼ ହୋଇଯାଏ ବୋଲି ସଚିନ କହିଛନ୍ତି।



from Odisha Reporter http://bit.ly/2YR0ETu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages