ବଢ଼ିଲା ଅମୁଲ୍ କ୍ଷୀର ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ବଢ଼ିଲା ଅମୁଲ୍ କ୍ଷୀର ଦର

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଦୁଗ୍ଧଜାତ ସାମଗ୍ରୀ ବିକ୍ରେତା ଅମୁଲ କ୍ଷୀର ଦର ଲିଟର ପ୍ରତି ୨ ଟଙ୍କା ବଢ଼ାଇଥିବା ସୂଚନା ଦେଇଛି। ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ଏପରି ଦର ବୃଦ୍ଧି ହୋଇଥିବା କୁହାଯାଇଛି। ୨୦୧୭ ମାର୍ଚ୍ଚ ମାସରେ ଶେଷ ଥର ପାଇଁ ଦୁଗ୍ଧ ଦର ବଢ଼ିଥିଲା। ଅମୁଲ୍ ବ୍ରାଣ୍ଡ ଅଧୀନରେ ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ବିକ୍ରି କରୁଥିବା ଗୁଜରାଟ କୋଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡରେସନ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମେ ୨୧ଠାରୁ ଏହି ନୂତନ ଦର ଲାଗୁ ହେବ। ଦିଲ୍ଲୀ, ଗୁଜରାଟ, ପଶ୍ଚିମବଙ୍ଗ, କୋଲକାତା, ଉତ୍ତରାଞ୍ଚଳ, ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟରେ ବିକ୍ରି ହେଉଥିବା ୬ଟି ଯାକ ବ୍ରାଣ୍ଡରେ ମଧ୍ୟ ନୂତନ ଦର ଲାଗୁ ହେବ।

ଅହମ୍ମଦାବାଦରେ ୫୦୦ ଏମଏଲ ପ୍ୟାକ୍‌ରେ ଆସୁଥିବା ‘ଅମୁଲ ଗୋଲ୍ଡ’ ବର୍ତ୍ତମାନ ୨୭ ଟଙ୍କା, ‘ଅମୁଲ ଶକ୍ତିର’ ମୂଲ୍ୟ ୨୫ ଟଙ୍କା, ‘ଅମୁଲ ତାଜା’ର ଦାମ ୨୧ ଟଙ୍କା ଏବଂ ‘ଅମୁଲ ଡାଇମଣ୍ଡ’ ୨୮ ଟଙ୍କାରେ ବିକ୍ରି ହେବ।



from Odisha Reporter http://bit.ly/2w6mVQO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages