ପ୍ରଜ୍ଞା ଠାକୁରଙ୍କ ବହିଷ୍କାର ଦାବି କଲେ ନୀତୀଶ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ପ୍ରଜ୍ଞା ଠାକୁରଙ୍କ ବହିଷ୍କାର ଦାବି କଲେ ନୀତୀଶ କୁମାର

nitish kumar, bihar cm

ପାଟନା: ପ୍ରଜ୍ଞା ଠାକୁରଙ୍କ ଗଡସେ ମନ୍ତବ୍ୟକୁ ନିଜ ଦଳ ବିଜେପି ପରେ ଏବେ ସହଯୋଗୀ ଦଳ ଜେଡିୟୁ ମଧ୍ୟ ନିନ୍ଦା କରିଛି। ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀଙ୍କୁ ତୁରନ୍ତୁ ଦଳରୁ ବହିଷ୍କାର କରିବା ଦରକାର ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କହିଛନ୍ତି। ଏହା ପୂର୍ବରୁ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ମଧ୍ୟ ପ୍ରଜ୍ଞା ଠାକୁରଙ୍କୁ ବହିଷ୍କାର କରିବା ପାଇଁ ବିଜେପିକୁ ଗତକାଲି ଆହ୍ୱାନ କରିଥିଲେ।

ନିକଟରେ ଅଭିନେତାରୁ ନେତା ହୋଇଥିବା କମଲ ହାସନ ତାମିଲନାଡୁର ମଦୁରାଇରେ ନିର୍ବାଚନୀ ରାଲି କରୁଥିବାବେଳେ ‘ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରବାଦୀ ନାଥୁରାମ ଗଡସେ ବୋଲି କହିଥିଲେ। ଏହାର ପ୍ରତିକ୍ରିୟାରେ ସାଧ୍ୱୀ କହିଥିଲେ ଗଡସେ ଜଣେ ‘ଦେଶଭକ୍ତ’।

ମାଲେଗାଁଓ ବିସ୍ଫୋରଣ ଘଟଣାର ଅନ୍ୟତମ ଅଭିଯୁକ୍ତ ପ୍ରଜ୍ଞା ଠାକୁର ପୂର୍ବରୁ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହେମନ୍ତ କରକରେଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ଯାହାକୁ ନେଇ ପ୍ରଜ୍ଞା ଠାକୁର ସମାଲୋଚନାର ଶିକାର ହୋଇଥିଲେ।



from Odisha Reporter http://bit.ly/2EgHJtq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages