
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟ୍ଲେଟ୍ ବିଭିନ୍ନ ପ୍ରକାର ସାମଗ୍ରୀରେ ତିଆରି ହୋଇଥାଏ। କ୍ରଞ୍ଚି କ୍ରିସ୍ପି କଟ୍ଲେଟ୍ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଚିକେନ୍ର କଟ୍ଲେଟ୍ ମଧ୍ୟ ସମସ୍ତେ ଖାଇବାକୁ ଭଲ ପାଆନ୍ତି। ଏହି ସ୍ୱାଦିଷ୍ଟ ବ୍ୟଞ୍ଜନକୁ କେବଳ ବାହାରେ ନୁହେଁ, ଘରେ ମଧ୍ୟ ପ୍ରସ୍ତୁତ କରି ଖାଇ ପାରିବେ। ତେବେ କିପରି ଏହାକୁ ପ୍ରସ୍ତୁତ କରିବେ, ପଢ଼ନ୍ତୁ।
ଆବଶ୍ୟକ ସାମଗ୍ରୀ:
ବୋନ୍ଲେସ୍ ଚିକେନ୍, ଜିରା, ତେଲ, କଟା ପିଆଜ, ଛୋଟ ଛୋଟ କଟା ହୋଇଥିବା ଅଦା, ରସୁଣ, କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡର୍, ଗରମ ମସଲା ପାଉଡର୍, ଲୁଣ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସିଝା ଆଳୁ ଏବଂ ଚାଟ୍ ମସଲା।

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ବୋନ୍ଲେସ୍ ଚିକେନ୍କୁ ଗ୍ରାଇଣ୍ଡ କରିନିଅନ୍ତୁ। ଏହା ପରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଜିରା, କଟା ହୋଇଥିବା ପିଆଜ ପକାଇ ଭଲରେ ଭାଜି ଦିଅନ୍ତୁ। ଏହା ପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ଅଦା, ରସୁଣ, କଞ୍ଚା ଲଙ୍କା ପକାଇ ଭଲରେ ଭାଜି ଦିଅନ୍ତୁ।
ଏହା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ପାଉଡର୍ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ସ୍ୱାଦ ଅନୁସାରେ ଲୁଣ ଏବଂ ଗ୍ରାଇଣ୍ଡ କରିଥିବା ଚିକେନ୍ ପକାଇ ମସଲାରେ ଚିକେନ୍କୁ ଭଲରେ ମିଶାଇ ଦିଅନ୍ତୁ।

ଏବେ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଏହା ପରେ ସେଥିରେ ଗୋଲ ମରିଚ ଗୁଣ୍ଡ ଏବଂ ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି ଚିକେନ୍କୁ ଥଣ୍ଡା ହେଲା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
ଆପଣ ସେହି ଚିକେନ୍କୁ କିଛି ଓଜନିଆ ଜିନିଷରେ ଦବାଇ ଦିଅନ୍ତୁ, ଅଥବା ଏହାକୁ ଆଉ ଥରେ ଗ୍ରାଇଣ୍ଡ ମଧ୍ୟ କରି ପାରିବେ। ଯଦି ଏମିତି ନ କରନ୍ତି ତାହାଲେ କଟ୍ଲେଟ୍ ତିଆରି କଲା ବେଳେ ଏହା ଭାଙ୍ଗି ପାରେ।
ଏହା ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, ପୁଦିନା ପତ୍ର, କଞ୍ଚା ଲଙ୍କା, ସିଝା ଆଳୁ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଆଳୁ ପକାଇଲେ କଟ୍ଲେଟ୍ ଭାଙ୍ଗିବ ନାହିଁ।
ଆପଣ ଏବେ ଏହି ମସଲାକୁ କଟ୍ଲେଟ୍ ପରି ସାଇଜ କରି ଏକ ପାତ୍ରରେ ରଖନ୍ତୁ। ଅନ୍ୟ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ସେଥିରେ ଅଳ୍ପ ଲୁଣ, ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ବ୍ରେଡ୍ କ୍ରମ୍ବସ୍ ରଖନ୍ତୁ। ଆପଣ ଏହି ବ୍ରେଡ୍ କ୍ରମ୍ବସ୍କୁ ଘରେ ତିଆରି ମଧ୍ୟ କରିପାରିବେ। ବ୍ରେଡ୍କୁ ଭାଜି ଗ୍ରାଇଣ୍ଡ କରିଦେଲେ ପ୍ରସ୍ତୁତ ହେଇଯିବ ଆପଣଙ୍କର ବ୍ରେଡ୍ କ୍ରମ୍ବସ୍।

ବ୍ରେଡ୍ କ୍ରମ୍ବସ୍ରେ ଆପଣ ଲୁଣ, ଚାଟ୍ ମସଲା, ଗୋଲ ମରିଚ ଗୁଣ୍ଡ ଏବଂ ଗରମ ମସଲା ପାଉଡର୍ ପକାଇ ଗୋଳାଇ ଦିଅନ୍ତୁ।
ଏହା ପରେ ଆପଣ କଟ୍ଲେଟ୍କୁ ଅଣ୍ଡା ଘୋଳରେ ବୁଡ଼ାଇ ବ୍ରେଡ୍ କ୍ରମ୍ବସ୍କୁ ମଧ୍ୟ ଏଥିରେ ପକାଇ ଚାରିଆଡ଼େ ଲଗାଇ ଦିଅନ୍ତୁ। ଏହାକୁ କରିସାରିବା ପରେ ସବୁ କଟ୍ଲେଟ୍କୁ ଏକ ପାତ୍ରରେ ରଖି ଦିଅନ୍ତୁ। ଏବେ ଗ୍ୟାସ୍ରେ କଡ଼େଇ ବସାଇ ସେଗୁଡ଼ିକୁ ଛାଣି ଦିଅନ୍ତୁ। ଛାଣି ସାରିଲା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଚିକେନ୍ କଟ୍ଲେଟ୍।
ଏବେ ଏହାକୁ ଟମାଟୋ ସସ୍ ଦେଇ ଖାଆନ୍ତୁ ଏବଂ ଅନ୍ୟ ମାନଙ୍କୁ ଖୁଆନ୍ତୁ।
from Odisha Reporter http://bit.ly/2WPSda5
No comments:
Post a Comment