ପୁଡୁଚେରୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ରର ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ପୁଡୁଚେରୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ରର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ କ୍ଷମତା ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର। ନିକଟରେ ପୁଡୁଚେରୀ ସରକାରଙ୍କ ନିତିଦିନ କାର୍ଯ୍ୟରେ ଉପରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏପ୍ରିଲ ୩୦ ତାରିଖରେ ଶୁଣାଣି କରି କହିଥିଲେ। ପରେ ହାଇକୋର୍ଟଙ୍କ ରାୟରେ ଅସନ୍ତେଷ ପ୍ରକାଶ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି କେନ୍ଦ୍ର।

ସୂଚନାଯୋଗ୍ୟ ଯେ ମାଡ୍ରାସ ହାଇକୋର୍ଟରେ କଂଗ୍ରେସ ପକ୍ଷରୁ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ ବିରୋଧରେ ଏକ ଆବେଦନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଶ୍ରୀମତୀ ବେଦୀ ପ୍ରଶାସନିକ ଅଧିକାରୀଙ୍କୁ ବାଧ୍ୟ କରି ନିଜର ହ୍ୱାଟସଆପ୍‌ ଗ୍ରୁପ୍‌ରେ ସାମିଲ କରୁଛନ୍ତି। ଏଥିସହ ଆର୍ଥିକ ବ୍ୟାପାର ସହ ସରକାରୀ ଅଧିକାରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ନିଜ ଇଚ୍ଛାରେ କରୁଛନ୍ତି। ରାଜ୍ୟରେ ନିର୍ବାଚିତ ସରକାର ଥିଲେ ମଧ୍ୟ କିରଣ ବେଦୀଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ କୁହାଯାଇଥିଲା।

ଏହାପରେ ଜଷ୍ଟିସ୍‌ ଆର ମାଧବନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ, “ପୁଡ଼ୁଚେରୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ। ଏଠାରେ ଜଣେ ନିର୍ବାଚିତ ସରକାର ରହିଛନ୍ତି। ଉପରାଜ୍ୟପାଳ ସରକାରଙ୍କ ସହ ମିଶି କାର୍ଯ୍ୟ କରିବେ। ନିଜ ଇଚ୍ଛା ଅନୁସାରେ ଏକ ସମାନ୍ତରାଳ ସରକାର ଚଳାଇ ପାରିବେ ନାହିଁ ବୋଲି।”



from Odisha Reporter http://bit.ly/2J5qa3z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages