ସୂର୍ଯ୍ୟ କୁମାରଙ୍କ ସମ୍ପର୍କରେ ଏମିତି କହିଲେ ରୋହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ସୂର୍ଯ୍ୟ କୁମାରଙ୍କ ସମ୍ପର୍କରେ ଏମିତି କହିଲେ ରୋହିତ

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ୍‌ ୨୦୧୯ର ଫାଇନାଲ୍‌ରେ ପହଞ୍ଚାଇ ଥିବା ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟିଂ ଦକ୍ଷତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।  ସେ ଚେନ୍ନାଇ ବିପକ୍ଷ ପ୍ରଥମ କ୍ୱାଲିଫାୟରରେ ଅପରାଜିତ ୭୧ ରନ୍‌ର ଇନିଂସ୍‌ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏହି ଇନିଂସ୍‌ ପାଇଁ ସୂର୍ଯ୍ୟ କୁମାରଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ମଧ୍ୟ ମିଳିଛି।

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍‌ ପରେ ସୂର୍ଯ୍ୟ କୁମାର ଯାଦବଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସୂର୍ଯ୍ୟ କୁମାର ସ୍ପିନ୍‌ ବୋଲିଂକୁ ଖେଳିବାରେ ମାହିର ବୋଲି ରୋହିତ କହିଛନ୍ତି। ରୋହିତ କହିଛନ୍ତି, “ ଆମ ବ୍ୟାଟିଂ ଲାଇନ୍‌ ଅପ୍‌ରେ ସ୍ପିନ୍‌କୁ ସବୁଠାରୁ ଭଲ ଯଦି କେହି ଖେଳିପାରିବେ, ତା’ହେଲେ ସେ ହେଉଛନ୍ତି ସୂର୍ଯ୍ୟ କୁମାର। ଆମେ ଜାଣିଥିଲୁ ଚେନ୍ନାଇ ପାଖରେ ଭୟଙ୍କର ସ୍ପିନ୍‌ ବୋଲର ରହିଛନ୍ତି। କିନ୍ତୁ ସୂର୍ଯ୍ୟ କୁମାର ସ୍ପିନ୍‌କୁ ବେଶ ଭଲ ଭାବେ ଖେଳିଲେ। ସେ ୱିକେଟ୍‌ ପଛରେ ଯେଉଁଭଳି ଶଟ୍‌ ମାରି ରନ୍‌ ହାସଲ କରୁଥିଲେ, ତାହା ଆଦୌ ସହଜ ନଥିଲା। ହେଲେ ସୂର୍ଯ୍ୟ କୁମାର ଉଚିତ୍‌ ସମୟରେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।”

ଗତକାଲି ମ୍ୟାଚ୍‌ରେ ମୁମ୍ବାଇର ୩ ସ୍ପିନର ରାହୁଲ ଚହର, କୃନାଲ ପାଣ୍ଡ୍ୟା ଓ ଜୟନ୍ତ ଯାଦବ ମିଳିତ ଭାବେ ୧୧ ଓଭର୍‌ରେ ୬୦ ରନ୍‌ ବ୍ୟୟ କରିବା ସହ ୪ଟି ୱିକେଟ୍‌ ନେଇଥିଲେ। ଏ ସମ୍ପର୍କରେ ମତ ଦେଇ ରୋହିତ କହିଛନ୍ତି, “ଚେନ୍ନାଇକୁ ଯଥା ସମ୍ଭବ ବାନ୍ଧି ରଖିବାକୁ ଆମେ ଚେଷ୍ଟା କରିଥିଲୁ। ଯଦି ଅଧିକ ରନ୍‌ ହୋଇଥାଆନ୍ତା, ତା’ହେଲେ ଚେନ୍ନାଇ ପାଖରେ ଥିବା ସ୍ପିନରମାନେ ଆମକୁ ଅଡ଼ୁଆରେ ପକାଇ ଥାନ୍ତେ।

ଚେନ୍ନାଇ ବ୍ୟାଟିଂ ଲାଇନ୍‌ ଅପ୍‌ରେ ଏକାଧିକ ଡାହାଣହାତି ବ୍ୟାଟସ୍‌ମ୍ୟାନ୍‌ ରହିଥିଲେ। ତେଣୁ ଆମେ ଜୟନ୍ତ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିଲୁ। ଜୟନ୍ତ ଜଣେ ଦକ୍ଷ ସ୍ପିନ ବୋଲର। ଏପରି କି ଜଣେ ରିଷ୍ଟ ସ୍ପିନର ଅପେକ୍ଷା ଅଙ୍ଗୁଳରେ ବଲ୍‌କୁ ସ୍ପିନ କରିପାରୁଥିବା ବୋଲର ବେଶ ଘାତକ ହୋଇଥାନ୍ତି। ଆମେ ଜାଣିଥିଲୁ ଯେ ଧୋନି ଶେଷ ଆଡ଼କୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିବେ। ତେଣୁ ଏଥିପାଇଁ ଆମେ ସ୍ୱତନ୍ତ୍ର ରଣନୀତି କରିଥିଲୁ। ଯଦି ଆମେ ପ୍ରତିପକ୍ଷ ଟିମ୍‌କୁ ୧୪୦ ମଧ୍ୟରେ ରଖିପାରିଲୁ, ତେବେ ଏହା ବ୍ୟାଟିଂ କରିବା ବେଳେ ଅତିରିକ୍ତ ଚାପ ସୃଷ୍ଟି କରି ନଥାଏ।”



from Odisha Reporter http://bit.ly/2Jp97bN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages