ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡର ବୃହତ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡର ବୃହତ ବିଜୟ

ଲଣ୍ଡନ: ଆଇସିସି ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ବିଜୟ ସହ ଶୁଭାରମ୍ଭ କରିଛି। ଗୁରୁବାର ଅନୁଷ୍ଠିତ ବିଶ୍ୱକପର ଉଦଘାଟନୀ ମୁକାବିଲାରେ ଇଂଲଣ୍ଡ ୧୦୪ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବେନ୍ ଷ୍ଟୋକ୍ସଙ୍କ ବିସ୍ଫୋରକ ଇନିଂସ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା।

ଜବାବରେ ଘରୋଇ ବୋଲରଙ୍କୁ ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୭ ରନ୍ କରିବାକୁ ସକ୍ଷମ ହୋଇଛି। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଷ୍ଟୋକ୍ସ (୮୯ ରନ୍, ୭୯ ବଲ୍, ୯ ଚୌକା ଏବଂ ଓ ୨ ୱିକେଟ୍)ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

କେନିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ମ୍ୟାଚର ଦ୍ୱିତୀୟ ବଲରେ ବଡ଼ ଝଟକା ଲାଗିଥିଲା। ଘରୋଇ ଦଳର ଓପ୍ନର ଜନ୍ନି ବେୟାରଷ୍ଟୋ ଖାତା ଖୋଲିବା ପୂର୍ବରୁ ଇମ୍ରାନ୍ ତାହିରଙ୍କ ବଲରେ ଆଉଟ୍ ହୋଇଥିଲେ।

ଏହା ପରେ ଜେସନ୍ ରୟ ଓ ଜୋ ରୁଟ୍ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୦୬ ରନର ଶତକୀୟ ଭାଗୀଦାରୀ କରିଥିଲେ। ଦୁହେଁ ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଯାଇଥିଲେ। ରୟ ୫୩ ବଲରେ ୮ ଚୌକା ସହ ୫୪ ରନ୍ କରି ଆଣ୍ଡିଲେ ଫେଲୁକୱାୟୋଙ୍କ ବଲରେ ଆଉଟ୍ ହୋଇଥିଲେ। ରୁଟ (୫୧)ଙ୍କୁ କାଗିସୋ ରବାଡା ପ୍ୟାଭିଲିୟନ୍ ପଠାଇଥିଲେ।

ଲଗାତାର ଦୁଇଟି ୱିକେଟ୍ ହରାଇବା ପରେ ଇଂଲଣ୍ଡକୁ ପୁଣିଥରେ ଟ୍ରାକକୁ ଆଣିଥିଲେ ଅଧିନାୟକ ଇଆନ୍ ମୋର୍ଗାନ୍ ଓ ଷ୍ଟୋକ୍ସ। ଦୁହେଁ ଆକ୍ରମଣାତ୍ମକ ବ୍ୟାଟିଂ କରି ଟିମର ରନରେଟ୍ ଜାରି ରଖିଥିଲେ। ଚତୁର୍ଥ ୱିକେଟ୍ ମୋର୍ଗାନ୍ ଓ ଷ୍ଟୋକ୍ସଙ୍କ ମଧ୍ୟରେ ୧୦୬ ରନର ପାର୍ଟନରଶିପ୍ ହୋଇଥିଲା। ମୋର୍ଗାନ୍ ୫୭ (୬୦ ବଲ୍, ୪ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଇନଫର୍ମ ଜୋସ ବଟଲର୍ ମାତ୍ର ୧୮ ରନ୍ କରି ଏନଗିଡିଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।

ଏହା ପରେ ଇଂଲଣ୍ଡର ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମୋଇନ୍ ଅଲୀ (୩), କ୍ରିସ୍ ଓକ୍ସ (୧୩) ନିରାଶ କରିଥିଲେ। ତେବେ ଷ୍ଟୋକ୍ସ ଲଢୁଆ ବ୍ୟାଟିଂ କରି ଇଂଲଣ୍ଡ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ । ଶେଷଭାଗରେ ଲିଆମ୍ ପ୍ଲଙ୍କେଟ୍ ୯ ଓ ଜୋଫ୍ରା ଆର୍ଚର ୭ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ତାହିର୍ ଓ ରବାଡା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

୩୧୨ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟନ୍ ଡି’କକ୍ ଓ ଭାନ୍ ଡର୍ ଡୁସେନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ଡି’କକ୍ ୭୪ ବଲରେ ୬ ଚୌକା ଓ ୨ ଛକା ସହ ୬୮ ଏବଂ ଡୁସେନ୍ ୬୧ ବଲରେ ୪ ଚୌକା ଓ ୧ ଛକା ସହ ୫୦ ରନ୍ କରି ଆଉଟ୍ ହୋଇଥିଲେ।

ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ (୫), ଆଇଡେନ୍ ମର୍କରାମ (୧୧), ହାଶିମ୍ ଆମଲା (୧୩), ଜେପି ଡୁମିନି (୮), ଡେନ୍ ପ୍ରିଟୋରିୟସ୍ (୧), ଆଣ୍ଡିଲେ ଫେଲୁକୱାୟୋ (୨୪), କାଗିସୋ ରବାଡା (୧୧) ନିରାଶ କରିଥିଲେ। ଇଂଲଣ୍ଡର ସଫଳ ବୋଲର ଭାବେ ଜୋଫ୍ରା ଆର୍ଚର୍ ୩ଟି, ଲିଆମ୍ ପ୍ଲଙ୍କେଟ୍ ୨ଟି ୱିକେଟ୍ ହାସଲ କରିଥିଲେ।

ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ୩୧୧/୮, ୫୦ ଓଭର: ବେନ୍ ଷ୍ଟୋକ୍ସ ୮୯, ଇଆନ୍ ମୋର୍ଗାନ୍ ୫୭, ଜେସନ୍ ରୟ ୫୪, ଜୋ ରୁଟ୍, ଲୁଙ୍ଗି ଏନଗିଡି ୩/୬୬, ଇମ୍ରାନ୍ ତାହିର୍ ୨/୬୧, କାଗିସୋ ରବାଡା ୨/୬୬
ଦକ୍ଷିଣ ଆଫ୍ରିକା ୨୦୭, ୩୯.୫ ଓଭର: କ୍ୱିଣ୍ଟନ୍ ଡି’କକ୍ ୬୮, ଭାନ୍ ଡର୍ ଡୁସେନ୍ ୫୦, ଜୋଫ୍ରା ଆର୍ଚର୍ ୩/୨୭, ବେନ୍ ଷ୍ଟୋକ୍ସ ୨/୧୨, ଲିଆମ୍ ପ୍ଲଙ୍କେଟ୍ ୨/୩୭ ।



from Odisha Reporter http://bit.ly/2IabjSj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages