ପ୍ରିୟ ‘ସୈନିକ’ଙ୍କୁ ଫେରି ପାଇଲେ ମୋଦି, ମନ୍ତ୍ରିମଣ୍ଡଳରେ ଦେଲେ ସ୍ଥାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ପ୍ରିୟ ‘ସୈନିକ’ଙ୍କୁ ଫେରି ପାଇଲେ ମୋଦି, ମନ୍ତ୍ରିମଣ୍ଡଳରେ ଦେଲେ ସ୍ଥାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହମାରା ପୁରାନା ଔର ସୁଦୃଢ଼ ସୈନିକ ହୈ ।” ଭୁବନେଶ୍ୱରରେ ୨୦୧୭ରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପାଇଁ ଆସୁଥିବା ବେଳେ ବିମାନବନ୍ଦରରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଦେଖି ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହା ସେଠାରେ ଉପସ୍ଥିତ ସମସ୍ତ ରାଜନେତାଙ୍କୁ ଚକିତ କରିଥିଲା। ରାଜ୍ୟର ବଡ଼ ବଡ଼ ନେତା ସେଠାରେ ଉପସ୍ଥିତ ଥିବା ବେଳେ ପ୍ରତାପଙ୍କ ସହିତ ମୋଦିଙ୍କ ଆଲୋଚନା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା ଓ ତାହା ସେତେବେଳେ ରାଜ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ତା’ପରେ ଅନେକ ବାର ମୋଦି ଓଡ଼ିଶା ଗସ୍ତରେ ଆସିଛନ୍ତି ଓ ଯାଇଛନ୍ତି। ତେବେ ନିର୍ବାଚନ ବେଳେ ମୋଦିଙ୍କର ସେହି ‘ପୁରୁଣା ସୈନିକ’ଙ୍କ କଥା ମନେ ପଡ଼ିଥିଲା। ସେଥିପାଇଁ ସେ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ପ୍ରଚାର କରିବାକୁ ବାଲେଶ୍ୱର ଲୋକସଭା ମଣ୍ଡଳୀକୁ ଯାଇଥିଲେ। ବସ୍ତାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ନିଜର ପୁରୁଣା ସୈନିକ(ପ୍ରତାପ)ଙ୍କୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ମୋଦି। ଆଉ ମୋଦିଙ୍କ ସେହି କଥାକୁ ରଖିଛନ୍ତି ବାଲେଶ୍ୱରବାସୀ। ବିଜେଡିର କୋଟିପତି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ଭୋଟ୍‌ ନଦେଇ ପ୍ରତାପ ଷଡଙ୍ଗୀଙ୍କୁ ଭୋଟ ଦେଇ ସଂସଦ ପଠାଇଛନ୍ତି। ଆଉ ମୋଦି ଫେରି ପାଇଛନ୍ତି ନିଜର ପୁରୁଣା ସୈନିକଙ୍କୁ। ମୋଦି ମଧ୍ୟ ବାଲେଶ୍ୱରବାସୀଙ୍କୁ ନିରାଶ କରିନାହାନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୋଦି। ଆଜି ସେ ଯେତେବେଳେ ଶପଥ ନେବା ପାଇଁ ଆସିଥିଲେ, ସେତେବେଳେ କରତାଳିରେ ଫାଟି ପଡ଼ିଥିଲା ସମଗ୍ର ପରିବେଷ। ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିବା ସମସ୍ତ ସାଂସଦ ଓ ଅତିଥିମାନେ କରତାଳି ମାରିଥିଲେ।

ରାଜ୍ୟରୁ ଜିତିଥିବା ୮ ଜଣ ସାଂସଦଙ୍କ ଭିତରୁ ପ୍ରତାପ ସବୁଠାରୁ ଗରିବ ଏବଂ ସାଧାସିଧା ଓ ସରଳ ବ୍ୟକ୍ତିତ୍ୱ। ପିଲାବେଳୁ ସନ୍ନ୍ୟାସୀ ହେବା ପାଇଁ ପ୍ରତାପ ରାମକୃଷ୍ଣ ମଠକୁ ଚାଲି ଯାଇଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ତାଙ୍କୁ ମଠ ଗ୍ରହଣ ନକରି ନିଜ ମାଆଙ୍କ ସେବା କରିବା ପାଇଁ କହିଥିଲା। ସେଠାରୁ ଫେରି ପ୍ରତାପ ପାଠ ପଢ଼ିବା ସହିତ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ଶିକ୍ଷାର ଦୀପ ଜଳାଇବା ପାଇଁ ସେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍କୁଲ ପ୍ରତିଷ୍ଠା କରିଥିଲେ। ଏହାଛଡ଼ା ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଯାହାର ବିବରଣୀ ଓ ପ୍ରମାଣ ବିଭିନ୍ନ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି।

ଚୁମ୍ୱକରେ ‘ପ୍ରତାପ ନନା’

ବାଲେଶ୍ୱର ଜିଲ୍ଲା ନୀଳଗିରି ସବ୍‌ଡିଭିଜନ୍‌ ସଦର ମହକୁମାଠାରୁ ୩ କିମି ଗଲେ ପଡ଼ିଥାଏ ଗୋପୀନାଥପୁର ଶାସନ। ଏହିଠାରେ ପ୍ରତାପ ଷଡ଼ଙ୍ଗୀଙ୍କ ଜନ୍ମ। ଦୁଇ ଭାଇ ଓ ଭଉଣୀଙ୍କ ଭିତରୁ ଇଏ ବଡ଼। ପାଠ ପଢ଼ିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆର୍‌ଏସ୍‌ଏସ୍‌) ସହିତ ଯୋଡ଼ି ହୋଇଯାଇଥିଲେ ସେ। ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ସେ ଜଣେ ଦକ୍ଷ ସଙ୍ଗଠକ ହୋଇପାରିଛନ୍ତି। ଏହାଛଡ଼ା ବିଶ୍ୱହିନ୍ଦୁ ପରିଷଦର ସେ ଜଣେ ସକ୍ରିୟ ସଭ୍ୟ ଅଛନ୍ତି। ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟରୁ ବିଏ ପାସ କରିବା ପରେ ନୀଳଗିରି ମହାବିଦ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ। ମାତ୍ର ସେଠାରେ ସେ ବେଶୀ ଦିନ ରହିପାରି ନ ଥିଲେ। ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ତାଙ୍କ ମନରେ ରହିଥିଲା।

୨୦୦୪ ଓ ୨୦୦୯ ମସିହାରେ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ମାତ୍ର ୨୦୧୪ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। କିନ୍ତୁ ଏଥର ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାବାସୀଙ୍କ ମନ କିଣି ପାରିଛନ୍ତି ପ୍ରତାପ ନନା। ତାଙ୍କ ବିରୋଧରେ ଲଢ଼ୁଥିବା ଦୁଇ ଶିଳ୍ପପତିଙ୍କ ସବୁପ୍ରକାର ଉଦ୍ୟମ ସତ୍ତ୍ୱେ ବିଜୟ ବାନା ଉଡ଼ାଇଥିବାରୁ ଓଡ଼ିଶାର ଚାରିଆଡ଼ୁ ନନାଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଛି। ଏବେ ନନାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାରୁ ସମଗ୍ର ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି।



from Odisha Reporter http://bit.ly/2I7ciCS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages