ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରଦର୍ଶନ ଉପରେ ବିଜେପିର ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରଦର୍ଶନ ଉପରେ ବିଜେପିର ନଜର

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମ ‘ବ୍ଲୁମବର୍ଗ’କୁ ବିଜେପି ମୁଖପାତ୍ର ରାମମାଧବ ସାକ୍ଷାତକାର ଦେଇ କହିଛନ୍ତି ୨୦୧୪ରେ ବିଜେପି ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭଲ ରେଜଲ୍ଟ କରିଥିଲା। ହେଲେ ଚଳିତ ଥର ଏତେଟା ସଫଳ ହେବ ନାହିଁ। ହେଲେ ଯେଉଁ କ୍ଷତି ଉତ୍ତର ଭାରତରେ ହେବ ତାହା ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିଜେପି ପୂରଣ କରିବ ବୋଲି ଦଳ ଆଶା ରଖିଥିବା ମୁଖପାତ୍ର ରାମମାଧବ କହିଛନ୍ତି।

ତେବେ ଏହି ଅବସରରେ ନିର୍ବାଚନ ଫଳାଫଳକୁ ନେଇ ବିଜେପି ଅବସାଦରେ ଅଛି ବୋଲି ରାମମାଧବ କହିଥିଲେ। ଯାହାର ଜବାବରେ କଂଗ୍ରେସ ଆଜି କହିଛି ଯେ ବିଜେପି ଆଉ ଏକାକୀ ସରକାର ଗଢ଼ିପାରିବ ନାହିଁ ବୋଲି ରାମ ମାଧବ ଦେଇଥିବା ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି। ଏଥିପାଇଁ ବିଜେପି ସହଯୋଗୀ ଦଳର ସନ୍ଧାନରେ ଅଛି ବୋଲି କଂଗ୍ରେସ ମୁଖପାତ୍ର ଜୟିଭୀର ଶେରାଗିଲ କହିଛନ୍ତି।

ଅନ୍ତିମ ୫ ବର୍ଷ ମଧ୍ୟରେ ବିଜେପି ଏକାକୀ ଦେଶକୁ ସୁଶାସନ ଦେବାରେ ବିଫଳ ହୋଇଛି, ଯାହାକି ୫ଟି ପର୍ଯ୍ୟାୟ ମତଦାନ ପରେ ବିଜେପି ହୃଦବୋଧ କରିଛି ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପ୍ରସଙ୍ଗ ଉଠାଇ କଂଗ୍ରେକୁ ସମାଲୋଚନା କରୁଥିବା ଜଣାପଡ଼ିଛି।

ସାକ୍ଷାତାକାରରେ ରାମମାଧବ ଆହୁରି କହିଥିଲେ ଯେ ବିଜେପି ଯଦି ୨୭୧ଟି ଆସନ ଏକାକୀ ଜିତିବାରେ ସକ୍ଷମ ହେଉଛି, ତାହେଲେ ଆମେ ଏନଡିଏ ସହିତ ମିଶି ସରକାର ଗଢ଼ିବୁ।

ହେଲେ ନିକଟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ସଭାପତି ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ବିଜେପି ଏନଡ଼ିଏ ସହିତ ମିଶି ୩୦୦ଟି ଆସନ ଜିତିବ। ହେଲେ ରାମମାଧବଙ୍କ ପ୍ରତିକ୍ରିୟା ପରେ ବିଜେପି ଏବେ ୫ଟି ପର୍ଯ୍ୟାୟ ନିର୍ବାଚନ ପରେ ଫଳାଫଳକୁ ନେଇ ଅବସାଦରେ ଥିବା ଜଣାପଡ଼ିଛି।



from Odisha Reporter http://bit.ly/2ViE9t7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages