ଅକ୍ଷୟ ତୃତୀୟାରେ ଦାନ କଲେ କ’ଣ ମିଳେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଅକ୍ଷୟ ତୃତୀୟାରେ ଦାନ କଲେ କ’ଣ ମିଳେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡେ ଅକ୍ଷୟ ତୃତୀୟା। ଅକ୍ଷୟର ଅର୍ଥ ଯାହା କ୍ଷୟ ହୁଏ ନାହିଁ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏକ ପବିତ୍ର ଦିନ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଉଚ୍ଚ ରାଶିରେ ଅବସ୍ଥାପିତ କରନ୍ତି। ତେଣୁ ପ୍ରତ୍ୟେକ ଶୁଭ କାମର ଅନୁକୂଳ ଏହି ଦିନ କରାଗଲେ ତାହା ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ପବିତ୍ର ରଥଯାତ୍ରା ପାଇଁ ଏହିଦିନ ରଥକାଠ ଅନୁକୂଳ କରାଯାଏ। ଶାସ୍ତ୍ର ଅନୁସାରେ, ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ଅକ୍ଷୟତୃତୀୟାରୁ ହୋଇଥିଲା। ମା’ ମାତଙ୍ଗୀ ଦେବୀ ଏବଂ ଭଗବାନ ପର୍ଶୁରାମଙ୍କ ଅବତରଣ ମଧ୍ୟ ଅକ୍ଷୟତୃତୀୟାରେ ହୋଇଥିଲା ବୋଲି କେତେକ କୁହନ୍ତି। ଏହି ସବୁ କଥାକୁ ନେଇ ହିନ୍ଦୁମାନେ ଅକ୍ଷୟ ତୃତୀୟାକୁ ସବୁଠାରୁ ଶ୍ରେଷ୍ଠ ଦିନ ବୋଲି ମାନିଥାନ୍ତି।

ଅକ୍ଷୟ ତୃତୟା ଦିନକୁ ବ୍ୟବସାୟୀ, ଚାଷୀମାନେ ମଧ୍ୟ ଶୁଭଦିନ ବୋଲି ମାନିଥାନ୍ତି। ବ୍ୟବସାୟୀମାନ ଏହି ଦିନ ନୂତନ ବ୍ୟବସାୟର ଶୁଭାରମ୍ଭ କରିବା ସହ ନୂଆଖାତା କରିଥାନ୍ତି। ସେହିପରି ଚାଷୀମାନେ ମଧ୍ୟ ଏହିଦିନ ଅଖିମୁଠି ଅନୁକୂଳ କରିଥାନ୍ତି।
ତେବେ ଜାଣନ୍ତି କି ଅକ୍ଷୟ ତୃତୀୟା ଦିନ ପୂଜା କରିବାର ଶ୍ରେଷ୍ଠ ସମୟ କ’ଣ ?

ଅକ୍ଷୟ ତୃତୀୟାରେ ଆମେ ମା’ ଲକ୍ଷ୍ମୀଙ୍କର ପୂଜା କରିଥାଉ। ଚାଷୀମାନେ ମା’ ଲକ୍ଷ୍ମୀଙ୍କ ସହ ଭୂଦେବୀଙ୍କୁ ମଧ୍ୟ ପୂଜା କରିଥାନ୍ତି। ବିଶ୍ୱାସ କରାଯାଏ, ଏହି ଦିନ ମା’ ଲକ୍ଷ୍ମୀଙ୍କୁ ଦିନରେ ପୂଜା କଲେ ଯେତିକି ପୁଣ୍ୟ ମିଳିଥାଏ, ରାତିରେ କଲେ ତାଠାରୁ ବେଶି ପୁଣ୍ୟ ମିଳିଥାଏ।
ଅକ୍ଷୟ ତୃତୀୟା ଦିନ ପୂଜାର ସମୟ ହେଲା ସୂର୍ଯ୍ୟୋଦୟଠାରୁ ମଧ୍ୟାହ୍ନ ୧୨ଟା ୩୫ ମିନିଟ ପର୍ଯ୍ୟନ୍ତ। ତେବେ ସୂର୍ଯ୍ୟୋଦୟର ସମୟ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ସୂର୍ଯ୍ୟୋଦୟକୁ ଦେଖି ସମୟ ଧାର୍ଯ୍ୟ କରିବା ଉଚିତ୍‌। ତେବେ ଦାମି ଜିନିଷ କିଣାବିକା ତଥା ମାଙ୍ଗଳିକ କାର୍ଯ୍ୟ ପାଇଁ ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ରାତି ୨ଟାଳ ୧୬ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ରହିଛି।

ଜାଣିଣଖନ୍ତୁ, ବିବାହ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ଏହି ଦିନକୁ ବେଶି ଶୁଭ ବୋଲି କୁହାଯାଏ। କୁହାଯାଏ, ଏହି ଦିନ ନୂତନ୍ତ୍ର ଯନ୍ତ୍ରପାତି ଅର୍ଥାତ ନୂଆ ମେସିନ୍ ବା ସେମିତି କିଛି ଜିନିଷର ସ୍ଥାପନା କରାଗଲେ ତାହା ଅଧିକ ଦିନ କାର୍ଯ୍ୟକ୍ଷମ ରୁହେ।

ସବୁଠାରୁ ବଡ କଥା ହେଲା, ଏହି ଦିନ ଦାନ କଲେ ଯେଉଁ ପୁଣ୍ୟ ମିଳେ ତାହା ଅକ୍ଷୟ ହୋଇ ରୁହେ। ଅର୍ଥାତ ଏହି ପୁଣ୍ୟ ଜନ୍ମ ଜନ୍ମାନ୍ତର ପାଇଁ ରୁହେ। ତେଣୁ ନିଜ ସାଧ୍ୟ ମତେ ଯାହା କିଛି ବି ହେଉ, ଏହିଦିନ ଦାନ କରିବା ଉଚିତ୍‌।



from Odisha Reporter http://bit.ly/2H23vBy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages