ବେଳେ ବେଳେ ଧୋନି ଭୁଲ ନିଷ୍ପତ୍ତି ନିଅନ୍ତି, କହିଲେ କୁଲଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ବେଳେ ବେଳେ ଧୋନି ଭୁଲ ନିଷ୍ପତ୍ତି ନିଅନ୍ତି, କହିଲେ କୁଲଦୀପ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜଣେ ଚତୁର କ୍ୟାପଟେନ୍ ଭାବେ ବେଶ୍ ପରିଚିତ। ତେଣିକି ସେ ୱିକେଟ୍ ପଛରେ ଥାଇ ସମସ୍ତଙ୍କୁ ଲଗାତାର ପରାମର୍ଶ ଦେବା ହେଉ, କିମ୍ବା ଡିଆରଏସ୍ ନେବା ବା ନ ନେବା ନିଷ୍ପତ୍ତି ହେଉ, ଧୋନିଙ୍କ ଅନୁମାନ ସର୍ବଦା ଠିକ୍ ହୋଇଥାଏ। କିନ୍ତୁ ବେଳେ ବେଳେ ସେ ଭୁଲ ସାବ୍ୟସ୍ତ ହୋଇଥାନ୍ତି।

ତେବେ ଧୋନିଙ୍କ ପରାମର୍ଶ ମାନି ଆଜି ଭାରତର ଅନ୍ୟତମ ସଫଳ ସ୍ପିନର୍ ସାବ୍ୟସ୍ତ ହୋଇଥିବା କୁଲଦୀପ ଯାଦବ ମାହିଙ୍କ ବିଷୟରେ ଭିନ୍ନ ମତ ଦେଇଛନ୍ତି। ସିଏଟ୍ କ୍ରିକେଟ୍ ରେଟିଂ ଆୱାର୍ଡ ସମାରୋହରେ ଯୋଗଦେବା ଅବସରରେ କୁଲଦୀପ ମଜାଳିଆ ଢଙ୍ଗରେ ଧୋନିଙ୍କୁ ସମାଲୋଚନା କରି କହିଛନ୍ତି,, ” ବେଳେ ବେଳେ ନିଷ୍ପତ୍ତି ନେବା ହେଉ ଅଥବା ପରାମର୍ଶ ଦେବା ହେଉ, ଧୋନି ଭୁଲ୍ ସାବ୍ୟସ୍ତ ହୁଅନ୍ତି, କିନ୍ତୁ ସେହି ସମୟରେ ତାଙ୍କୁ ତାଙ୍କ ଭୁଲ୍ ବିଷୟରେ କେହି କିଛି କୁହନ୍ତି ନାହିଁ।” କୁଲଦୀପ ଆହୁରି କହିଛନ୍ତି, ମ୍ୟାଚ୍ ଚାଲିଥିବା ବେଳେ ଧୋନି ବେଶୀ କଥା କୁହନ୍ତି ନାହିଁ। କିନ୍ତୁ ଆବଶ୍ୟକ ପଡ଼ିଲେ ସେ ଓଭର ମଝିରେ ସାଥୀ ଖେଳାଳିଙ୍କ ସହ କଥା ହୁଅନ୍ତି।’

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ହାରି ରନର୍ସଅପ୍ ହୋଇଥିଲା। କିନ୍ତୁ ଏହି ସିଜନରେ ଧୋନିଙ୍କ ବ୍ୟାଟ୍ ଖୁବ୍ ଚାଲିଥିଲା। ସେ ୧୫ ମ୍ୟାଚରେ ୮୩.୨ ହାର ଓ ୧୩୪.୬୨ ଷ୍ଟ୍ରାଇକ ରେଟ୍ ସହ ୪୧୬ ରନ୍ କରିଛନ୍ତି। ଧୋନି ମଧ୍ୟ ୧୫ ଜଣିଆ ବିଶ୍ୱକପ୍ ଟିମରେ ସାମିଲ୍ ଅଛନ୍ତି। ଏହା ତାଙ୍କର ଚତୁର୍ଥ ବିଶ୍ୱକପ୍ ହେବ।

ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲା। ମେ’ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁଥିବା ବିଶ୍ୱକପରେ ଧୋନିଙ୍କ ଉପସ୍ଥିତି ଟିମ୍ ଇଣ୍ଡିଆ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହେବ ବୋଲି ଅନେକ ମତ ଦେଇଛନ୍ତି।



from Odisha Reporter http://bit.ly/2JlUZkk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages