‘ଫୋନି’ ମାଡ଼ରେ ବୃକ୍ଷଶୂନ୍ୟ ଶ୍ରୀକ୍ଷେତ୍ର, ଯୁଆଡୁ ଚାହିଁଲେ ଦିଶୁଛି ବଡ଼ଦେଉଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

‘ଫୋନି’ ମାଡ଼ରେ ବୃକ୍ଷଶୂନ୍ୟ ଶ୍ରୀକ୍ଷେତ୍ର, ଯୁଆଡୁ ଚାହିଁଲେ ଦିଶୁଛି ବଡ଼ଦେଉଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଣବନ୍ତ ଶ୍ରୀକ୍ଷେତ୍ରକୁ ସତେ ଯେମିତି ପ୍ରାଣଶୂନ୍ୟ କରିଦେଇଛି କାଳରୂପୀ ବାତ୍ୟା ‘ଫୋନି’। ଝଡ଼ର ପ୍ରଚଣ୍ଡ ଆକ୍ରମଣରେ ବିଦୀର୍ଣ୍ଣ ହୋଇଯାଇଛି ସବୁଜିମାର ଭରା କ୍ଷେତ୍ର ଶ୍ରୀକ୍ଷେତ୍ର। ଯୁଆଡ଼େ ଚାହିଁଲେ ଦେଖାଯାଉଛି ବଡ଼ଦେଉଳ।

ଦିନ କେଇଟା ତଳେ ପତିତପାବନ ବାନାକୁ ସାମାନ୍ୟ ଦୂରରୁ ଦେଖିବା ସମ୍ଭବ ହେଉନଥିଲା। ଏବେ କିନ୍ତୁ ସ୍ଥିତି ଏମିତି ହୋଇଛି, ସହରର ଯେଉଁ ସ୍ଥାନରୁ ଓ ଯେତେ ଦୂରରେ ଥିଲେ ବି ସ୍ପଷ୍ଟ ଦୃଶ୍ୟମାନ ହେଉଛି ଶ୍ରୀମନ୍ଦିର ଚୂଡ଼ାରେ ଅବସ୍ଥିତ ନୀଳଚକ୍ର ସହ ପତିତପାବନ ବାନା।

ନିର୍ଘାତ ପବନ ମାଡ଼ରେ ସମ୍ପୂର୍ଣ୍ଣ ବୃକ୍ଷଶୂନ୍ୟ ହୋଇଛି ସମଗ୍ର ପୁରୀ ସହର। ଯାହା କିଛି ପ୍ରଳୟର ପ୍ରକୋପରୁ ବର୍ତ୍ତି ଯାଇଛନ୍ତି ସେମାନେ ମଧ୍ୟ ପ୍ରାଣଶୂନ୍ୟ ଦିଶୁଛନ୍ତି। ସବୁବେଳେ ସବୁଜିମାରେ ପରିପୂର୍ଣ୍ଣ ବାଟମଙ୍ଗଳା, ଗୁଣ୍ଡିଚା ମନ୍ଦିର, ନରେନ୍ଦ୍ର କୋଣ, ଲୋକନାଥ ମନ୍ଦିର ଓ କଚେରୀ ରୋଡ୍ ଏବେ ଛାଇଶୂନ୍ୟ ହୋଇଯାଇଛି। ବେଳାଭୂମି ସଲଗ୍ନ ରାସ୍ତାରେ ତ ଆଦୌ ଗଛ ନାହିଁ କହିଲେ ଚଳେ। ସବୁବେଳେ ଗଛ ଛାଇ ଓ ଥଣ୍ଡା ସମୁଦ୍ର ହାଓ୍ୱାରେ ବଞ୍ଚି ଆସିଥିବା ପୁରୀ ବାସିନ୍ଦାଙ୍କ ଆଗକୁ ଅବସ୍ଥା କଣ ହେବ, ତାହା ଅନୁମାନ କରିହେଉଛି।

ଅଣ୍ଟା ଭିଡ଼ିଲା ବନ ବିଭାଗ

ପୁରୀର ସବୁଜିମା ଫେରାଇ ଆଣିବାକୁ ଆଗେଇ ଆସିଛି ବନ ବିଭାଗ। ଆଉ କେବଳ ପରିବେଶ ଉପଯୋଗୀ ନୁହେଁ ବରଂ ସାମୁଦ୍ରିକ ଝଡ଼କୁ ସାମ୍ନା କଲା ଭଳି କ୍ଷମତା ରଖୁଥିବା ଗଛ ଲଗାଯିବ ବୋଲି କହିଛନ୍ତି ଚିଫ୍ ୱାଇଲ୍‌ଡ ଲାଇଫ୍ ୱାର୍ଡେନ୍ ଅଜୟ କୁମାର ମହାପାତ୍ର। ୭୦ ଦଶକରେ ଯେଉଁଭଳି ଭାବେ ପୁରୀ ଓ ଉପକୂଳ ଓଡ଼ିଶାକୁ ସାମୁଦ୍ରିକ ପବନରୁ ରକ୍ଷା କରିବାକୁ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇ କୋଷ୍ଟାଲ୍ ସେଲ୍‌ଟର ୱାଲ କରାଯାଇଥିଲା। ଠିକ୍ ସେହିଭଳି ଢାଞ୍ଚାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ବାଲୁଖଣ୍ଡ ଅଭୟାରଣ୍ୟରେ ପର୍ଯ୍ୟପ୍ତ ବୃକ୍ଷରୋପଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।



from Odisha Reporter http://bit.ly/2VHolAB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages