ଫୋନି ମୁକାବିଲା ଭିତରେ ତେଜିଛି ପ୍ରଂଶସା ଓ ଧନ୍ୟବାଦ ପଲିଟିକ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଫୋନି ମୁକାବିଲା ଭିତରେ ତେଜିଛି ପ୍ରଂଶସା ଓ ଧନ୍ୟବାଦ ପଲିଟିକ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବାତ୍ୟା ଫୋନି ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଭିତରେ ପ୍ରଂଶସା ଓ ଧନ୍ୟବାଦ ପଲିଟିକ୍ସକୁ ନେଇ ଚର୍ଚ୍ଚା। ପ୍ରଥମେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା ଓ ପରେ ନବୀନ ଉଭୟ ମୋଦି ଓ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେବାକୁ ନେଇ ଜୋର୍ ଧରିଛି ରାଜନୀତି।  ସ୍ଥିତିକୁ ଦେଖି ଲାଗୁଛି, ନିର୍ବାଚନ ବେଳର ତିକ୍ତତାକୁ ବଙ୍ଗୋପସାଗରରେ ଫିଙ୍ଗିଛନ୍ତି ଉଭୟ ଦଳ।  ତେବେ ବିପର୍ଯ୍ୟୟ ବେଳେ ଲୋକଙ୍କ ନିକଟତର ହୋଇ ବାହାବା ସାଉଁଟିବାକୁ ଉଦ୍ୟମ ନା ଏହା ପଛରେ ଭବିଷ୍ୟତ ରାଜନୀତିର ଗଣିତ ରହିଛି ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଫୋନି ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜବାବରେ  ମୋଦିଙ୍କୁ ନବୀନ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏଣେ ଟ୍ୱିଟ୍‌ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ସିଏମ୍ଓ ଧନ୍ୟବାଦ ଜଣାଇଛି।

ଏବେ ଏହି ପ୍ରଶଂସା ଓ ଧନ୍ୟବାଦକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ତେବେ ଏହି ସୌଜନ୍ୟତା କେବଳ ବିପର୍ଯ୍ୟୟ ବେଳର ସହାୟତା ପାଇଁ ନା ଏହା ପଛରେ ରାଜନୀତିର ଗଣିତ ବି ରହିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ, ତିତିଲି ବାତ୍ୟା ସମୟରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ତୀବ୍ର ସମାଲୋଚାନ କରିଥିଲା ବିଜେପି । ଆଉ ନିର୍ବାଚନ ପ୍ରଚାର ବେଳେ ଉଭୟ ବିଜେପି ଓ ବିଜେଡି ପରସ୍ପରକୁ କରିଥିଲେ ଜୋରଦାର୍ ଆକ୍ରମଣ। ତେବେ ହଠାତ୍  କାହିଁକି ବଦଳିଗଲା ମୋଦି,ଧର୍ମେନ୍ଦ୍ର ଓ ନବୀନଙ୍କ ଆଭିମୁଖ୍ୟ? ପାଣି, ବିଜୁଳି ଓ ରିଲିଫ୍ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ସତ୍ତ୍ୱେ କାହିଁକି ରାଜ୍ୟ ସରକାର ବିରୋଧରେ ନରମ ପଡ଼ିଗଲା ବିଜେପିର ସ୍ୱର।

ଚର୍ଚ୍ଚା ହେଉଛି, ୨୩ ଭୋଟ୍ ଗଣତି ପରେ ଯଦି କେନ୍ଦ୍ର ସରକାର ଗଠନ ପାଇଁ ସଂଖ୍ୟା କମ୍ ପଡେ, ତା’ହେଲେ ବିଜେଡିର ସହଯୋଗ ଲୋଡ଼ିପାରେ ବିଜେପି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟ । ଯଦି ଆବଶ୍ୟକ ପଡ଼େ ତେବେ ବିଜେପି ରାଜ୍ୟରେ ବିଜେଡିକୁ ସହଯୋଗ କରିପାରେ। ଆଉ କେନ୍ଦ୍ରରେ ବିଜେଡି, ବିଜେପିକୁ ସହଯୋଗ କରିପାରେ ବୋଲି ପ୍ରଦୀପ କହିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ମୋଦିଙ୍କୁ ଦରକାର ସଂଖ୍ୟା । ଆଉ ନବୀନଙ୍କୁ ଦରକାର ସୁରକ୍ଷା। ବିଜେଡି କହିଛି ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ନିଜ ନିଜର ଦାୟିତ୍ୱ ତୁଲାଉଛନ୍ତି,ଏଥିରେ ରାଜନୀତି ନାହିଁ  ।



from Odisha Reporter http://bit.ly/2E2ZZX1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages