
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶୋଭାଯାତ୍ରା ଯାଉଥିବାବେଳେ ‘ଜୟ ଶ୍ରୀରାମ’ ନାରା ଦେବା କାରଣରୁ ୩ ଜଣଙ୍କୁ ଅଟକ ରଖିଛି ପୁଲିସ୍। ରାଧାବଲ୍ଲଭପୁର ଅଞ୍ଚଳରେ ଘଟିଥିବା ଏହି ଘଟଣାରେ କିଛି ଲୋକ ନାରା ଦେବା ଦେଖି ମମତା ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ ଡାକିଥିଲେ। ଏହାପରେ ସେମାନେ ଦୌଡ଼ି ପଳାଇଯିବାରେ ସମର୍ଥ ହୋଇଥିଲେ।
‘ଜୟ ଶ୍ରୀରାମ’ ନାରା ପାଇଁ ସେମାନେ ଗିରଫ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ହେଁ ଟିଏମ୍ସି ପକ୍ଷରୁ କୁହାଯାଇଛି ବିଜେପି ମମତାଙ୍କୁ ବଦନାମ କରିବା ପାଇଁ ଏପରି କରାଯାଉଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ମମତା ସେମାନଙ୍କୁ ଡାକୁଛନ୍ତି। ସେ କହୁଛନ୍ତି, ଆରେ କୁଆଡ଼େ ଯାଉଛ? ହରିଦାସ ସବୁ। ଗାଳି ଦେଉଛ।
ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପିର ପଶ୍ଚିମବଙ୍ଗ ୟୁନିଟ୍। ବିଜେପି ପକ୍ଷରୁ କୁହାଯାଇଛି ଦିଦି ‘ଜୟ ଶ୍ରୀରାମ’ ନାରାକୁ ନେଇ ଏତେ ଚିନ୍ତିତ କାହିଁକି। ଆଉ ସେ ଏହାକୁ ଗାଳି କାହିଁକି କହୁଛନ୍ତି। ପୁଲିସ୍ ଏହି ଘଟଣାରେ ୩ ଜଣ ବିଜେପି କର୍ମୀଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏଥିରେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି, ଏହି ସ୍ଲୋଗାନ୍ ଶୁଣିବାକୁ ଦିଦି ଏତେ ଭୟ କରୁଛନ୍ତି କାହିଁକି? ତାଙ୍କୁ ବର୍ତ୍ତମାନ ଏହା ଶୁଣିବା ଅଭ୍ୟାସ କରିବାକୁ ହେବ। ନା ସେ କହିବାକୁ ଚାହୁଛନ୍ତି ପଶ୍ଚିମବଙ୍ଗରେ ଜୟ ଶ୍ରୀରାମକୁ ଅନୁମତି ମିଳିବନି। ସେ ଜନସଭାରେ ଭୁଲଭାଲ କଥା କହି ପଢ଼ୁଛନ୍ତି, ଏବେ ଠିକ୍ ନାରା ପାଇଁ ଲୋକଙ୍କୁ ଗିରଫ କରିବା ଦର୍ଶାଉଛି ସେ କେତେ ଭୟଭୀତ।
from Odisha Reporter http://bit.ly/2DOURWd
No comments:
Post a Comment