ପ୍ରଥମ ୱିକେଟ୍ ପାଇଁ ବିଶ୍ୱ ରେକର୍ଡ ସ୍ଥାପନ କଲେ କ୍ୟାମ୍ପବେଲ୍ ଓ ହୋପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ପ୍ରଥମ ୱିକେଟ୍ ପାଇଁ ବିଶ୍ୱ ରେକର୍ଡ ସ୍ଥାପନ କଲେ କ୍ୟାମ୍ପବେଲ୍ ଓ ହୋପ୍

ଡବଲିନ୍: ଦ୍ୱାଦଶ ଆଇସିସି ବିଶ୍ୱକପ୍ ପୂର୍ବରୁ ତ୍ରିରାଷ୍ଟ୍ରୀୟ ସିରିଜର ପ୍ରଥମ ମ୍ୟାଚରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ଶାଇ ହୋପ୍ ଓ ଜନ୍ କ୍ୟାମ୍ପବେଲ୍ ଓପନି ପାର୍ଟନରଶିପ୍ ଭାବେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୩୬୫ ରନ୍ ଯୋଡ଼ି ନୂଆ କୀର୍ତ୍ତିମାନ କରିଛନ୍ତି।

ଏହି ଇଣ୍ଡିଜ୍ ଯୋଡ଼ି ଦିନିକିଆ କ୍ରିକେଟରେ କୌଣସି ୱିକେଟ୍ ପାଇଁ ସବୁଠାରୁ ବଡ଼ ଭାଗୀଦାରୀ କରିବାରୁ ମାତ୍ର ୭ ରନରୁ ବଞ୍ଚିତ ହୋଇଛନ୍ତି। କିନ୍ତୁ ହୋପ୍ ଓ କ୍ୟାମ୍ପବେଲ ପାକିସ୍ତାନର ଫକର ଜମାନ୍ ଓ ଇମାମ୍-ଉଲ୍-ହକଙ୍କ ଓପନିଂ ପାର୍ଟନରଶିପର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ୨୦୧୮ରେ ଫକର ଓ ଇମାମ୍ ଜିମ୍ବାୱେ ବିପକ୍ଷ ମୁକାବିଲାରେ ପ୍ରଥମ ୱିକେଟ୍ ପାଇଁ ୩୦୪ ରନ୍ ଯୋଡ଼ିଥିଲେ।

ସେହିପରି ପ୍ରଥମ ୱିକେଟ୍ ପାଇଁ ତୃତୀୟ ସର୍ବାଧିକ ରନ୍ ସନତ ଜୟସୁରିୟା ଓ ଉପୁଲ ତରଙ୍ଗାଙ୍କ ନାମରେ ଅଛି। ଏହି ଯୋଡ଼ି ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ୨୮୬ ରନର ଭାଗୀଦାରୀ କରିଥିଲେ। ଅନ୍ତର୍ଜାତୀୟ ଦିନିକିଆରେ କୌଣସି ୱିକେଟ୍ ପାଇଁ ସର୍ବାଧିକ ରନର ପାର୍ଟନରଶିପ୍ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ଓ ମାର୍ଲନ୍ ସାମୁଏଲ୍ସଙ୍କ ନାମରେ ରହିଛି। ଦୁହେଁ ୨୦୧୫ରେ ଜିମ୍ବାୱେ ବିପକ୍ଷରେ ୩୭୨ ରନ୍ ଯୋଡ଼ିଥିଲେ।

ଦିନିକିଆରେ ତୃତୀୟ ସର୍ବାଧିକ ପାର୍ଟନରଶିପ୍ ଭାରତର ସଚିନ ତେନ୍ଦୁଲକର ଓ ରାହୁଲ୍ ଡ୍ରାଭିଡଙ୍କ ନାମରେ ରହିଛି। ୧୯୯୯ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଦୁହେଁ ୩୩୧ ରନର ଭାଗୀଦାରୀ କରିଥିଲେ। ହୋପ୍ ଓ କ୍ୟାମ୍ପବେଲ୍ ସଚିନ ଓ ଡ୍ରାଭିଡଙ୍କ ରେକର୍ଡକୁ ତ ଭାଙ୍ଗି ଦେଲେ, ହେଲେ ଗେଲ୍ ଓ ସାମୁଏଲ୍ସଙ୍କୁ ଟପି ପାରିଲେ ନାହିଁ।

ସୂଚନାଯୋଗ୍ୟ, ହୋପ୍ ଓ କ୍ୟାମ୍ପବେଲଙ୍କ ରେକର୍ଡ ଓପନିଂ ପାର୍ଟନରଶିପ୍ ବଳରେ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ୍ ହରାଇ ରନ୍ କରିଛି । ହୋପ୍ ୧୫୨ ବଲରେ ୨୨ ଚୌକା ଓ ୨ ଛକା ସହ ୧୭୦ ଓ କ୍ୟାମ୍ପବେଲ୍ ୧୩୭ ବଲରେ ୧୫ ଚୌକା ଓ ୬ ଛକା ସହ ୧୭୯ ରନ୍ କରି ଆଉଟ୍ ହୋଇଥିଲେ।



from Odisha Reporter http://bit.ly/2GY8P9e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages