ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ସମିତିସଭ୍ୟ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ସମିତିସଭ୍ୟ ଗିରଫ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପଞ୍ଚାୟତ ସମିତିସଭ୍ୟ ଗିରଫ ହୋଇଛନ୍ତି। ତେବେ ଗିରଫ ଯୁବକ ଏହି ଅଭିଯୋଗକୁ ଅଶ୍ୱୀକାର କରିଛନ୍ତି।

ଗିରଫ ଅଭିଯୁକ୍ତ ହେଲେ ରାଜେଶ ବାରଲେଣ୍ଡିଆ। ସୂଚନା ଅନୁଯାୟୀ,ଗତ ନଭେମ୍ବର ମାସରେ ବଲାଙ୍ଗିର ସଦର ଥାନାରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ଲିଖିତ ଭାବରେ ଅଭିଯୋଗ ହୋଇ ଥିଲା। ସଦର ପୁଲିସ ବିଭିନ୍ନ ସ୍ଥାନାରେ ଚଢ଼ଉ କରି ତଦନ୍ତ ଜାରି ରଖିଥିଲା । ଗତ ୨୮ ତାରିଖରେ ପୁଲିସ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା।

ତେବେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଲୋଇସିଂହା ବ୍ଲକ ସରଗାଡ ପଂଚାୟତର ସମିତିସଭ୍ୟ ରାଜେଶ ବାରଲେଣ୍ଡିଆଙ୍କୁ ଗିରଫ କରିଥିଲା ପୁଲିସ । ସଦର ପୁଲିସ ଅପହରଣ, ଦୁଷ୍କର୍ମ ଅଭିଯୋଗ ସହିତ ପୋକେ୍ସା ଆକ୍ଟରେ ମାମଲା ରୁଜୁ କରି ରାଜେଶଙ୍କୁ  କୋର୍ଟ ଚାଲାଣ କରିଛି। ଏଥିସହିତ ନାବାଲିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ସେପଟେ ଗିରଫ ସମିତି ସଭ୍ୟଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ନାବାଳିକାଙ୍କ ସହ ତାଙ୍କର ୬ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ନାବାଳିକାଙ୍କୁ  ପରିବାର ଲୋକେ ଅନ୍ୟତ୍ର ବାହା ଦେବା ପାଇଁ ଯୋଜନା କରୁଥିବାରୁ ତାଙ୍କୁ ଘରୁ ନେଇ ଯିବାକୁ ନାବାଳିକା ଜଣକ କହିଥିଲେ ବୋଲି ରାଜେଶ କହିଛନ୍ତି।

ଗତ ନଭେମ୍ବର ମାସରେ ଦୁହେଁ ଘର ଛାଡି ସମ୍ବଲପୁରକୁ ଯାଇ ସେଠାରେ କୁଲି ମଜୁରୀ କରି ଚଳୁଥିଲେ । ଏବେ ନାବାଳିକା ୫ ମାସର ଗର୍ଭବତୀ ଥିବା ମଧ୍ୟ କହିଛନ୍ତି ରାଜେଶ। ସେପଟେ ଝିଅ ନାବାଳିକା ହୋଇଥିବାରୁ ସଦର ପୁଲିସ ରାଜେଶଙ୍କୁ ଗିରଫ କରିବା ପାଇଁ ବାଧ୍ୟ ହୋଇ ଥିବା ପୁଲିସ କହିଛି।



from Odisha Reporter http://bit.ly/2MhIwkg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages