ବିଜେପିର କନିଷ୍ଠତମ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜ୍ଞାନିକ ‘ଭାରତରତ୍ନ’ ସିଏନ୍‌ଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ବିଜେପିର କନିଷ୍ଠତମ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜ୍ଞାନିକ ‘ଭାରତରତ୍ନ’ ସିଏନ୍‌ଆର

ନୂଆଦିଲ୍ଲୀ: ବିଜେପିର କନିଷ୍ଠତମ ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦେଶର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ତଥା ‘ଭାରତରତ୍ନ’ ସମ୍ମାନର ଅଧିକାରୀ ଡଃ ଚିନ୍ତାମଣି ନାଗେଶ ରାମଚନ୍ଦ୍ର ରାଓ। ‘ସିଏନ୍‌ଆର ରାଓ’ ଭାବେ ଲୋକପ୍ରିୟ ଏହି ବୈଜ୍ଞାନିକ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ୭ ଲକ୍ଷ ଭୋଟ୍‌ରେ ଜିତିଥିବା ତେଜସ୍ୱୀଙ୍କୁ ଫୋନ୍‌ କଲ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ତେଜସ୍ୱୀ ଏହି କଥୋପକଥନ ବାବଦରେ କହିଛନ୍ତି, ଭାରତରତ୍ନ ସିଏନ୍‌ଆର ରାଓ ମୋତେ କଲ୍‌ କରିଥିଲେ। ସେ କହିଲେ, “ମୁଁ ମଧ୍ୟ ବେଙ୍ଗାଲୁରୁ ଦକ୍ଷିଣ ନାଗରିକ ଏବଂ ତୁମ ଭଳି ଯୁବ ପ୍ରତିଭାଙ୍କ ପ୍ରତିନିଧିତ୍ୱ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମୁଁ ମୋ ଯୁବ ସମୟରେ ଆରଏସ୍‌ଏସ୍‌ର ବାସବେଶ୍ୱର ଶାଖା ଯାଉଥିଲି। ଆଇଆଇଏସ୍‌ସି ଆସି ମୋତେ ଦେଖା କର।” ସତରେ ମହାନ ବ୍ୟକ୍ତିଙ୍କ ପରିଚୟ ତାଙ୍କର ନମ୍ର ଭାବରୁ ହିଁ ଜଣାପଡ଼େ।

ଡଃ ରାଓ ୨୦୧୪ ମସିହାରେ ‘ଭାରତରତ୍ନ’ ପାଇଥିଲେ। ବୈଜ୍ଞାନିକ ଭାବେ ତାଙ୍କ ପୂର୍ବରୁ ସିଭି ରମଣ ଏବଂ ଏପିଜେ ଅବଦୁଲ କଲାମଏହି ସମ୍ମାନ ପାଇଛନ୍ତି, ଯାହାକି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ।

ଚଳିତ ନିର୍ବାଚନରେ ବିଜେପିର ସର୍ବ କନିଷ୍ଠ ସାଂସଦ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କୁ ଦଳ ଦିବଂଗତ ଅନନ୍ତ କୁମାରଙ୍କ ଗଡ଼ କୁହାଯାଉଥିବା ଦକ୍ଷିଣ ବେଙ୍ଗାଲୁରୁରୁ ପ୍ରାର୍ଥୀ କରିଥିଲା।



from Odisha Reporter http://bit.ly/2WgLUAf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages