ନୂଆଦିଲ୍ଲୀ: ପ୍ରଚଣ୍ଡ ଜନମତ ପାଇ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
ମୋଦି-୨ ସରକାରରେ କିଏ ମନ୍ତ୍ରୀ ହେବେ, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ମୋଦି-୧ ସରକାରରେ ମନ୍ତ୍ରୀ ଥିବା ଅଧିକାଂଶ ସାଂସଦ ଏଥର ନିଜର ମନ୍ତ୍ରୀ ପଦ ବଜାୟ ରଖିବେ। ହେଲେ ମୋଦିଙ୍କ ଟିମ୍ରେ ପ୍ରଥମଥର ପାଇଁ ୧୨ରୁ ୧୩ ଜଣ ନୂଆ ମୁହଁ ସ୍ଥାନ ପାଇବେ ବୋଲି ଜଣାପଡ଼ିଛି। ଆସନ୍ତୁ ଜାଣିବା ସେମାନେ କିଏ।
ଜାଣନ୍ତୁ ତାଲିକା
ପ୍ରତାପ ଷଡ଼ଙ୍ଗୀ(ଓଡ଼ିଶା), ରତନ ଲାଲ କଟାରିୟା(ହରିଆଣା), ରମେଶ ପୋଖରିୟାଲ (ଉତ୍ତରାଖଣ୍ଡ), ଆରସିପି ସିଂହ(ବିହାର, ରାଜ୍ୟସଭା, ଜେଡିୟୁ), ଜି କ୍ରିଷ୍ଣା ରେଡ୍ଡୀ(ତେଲେଙ୍ଗାନା), ସୁରେଶ ଅଙ୍ଗାଡ଼ି(କର୍ଣ୍ଣାଟକା), କୈଳାସ ଚୌଧୁରୀ(ରାଜସ୍ଥାନ), ପ୍ରହ୍ଲାଦ ଯୋଶୀ(କର୍ଣ୍ଣାଟକା), ସୋମ ପ୍ରକାଶ(ପଞ୍ଜାବ), ରାମେଶ୍ୱର ତେଲି(ଆସାମ), ସୁବ୍ରତ ପାଠକ(ଉତ୍ତର ପ୍ରଦେଶ) ଓ ଦେବଶ୍ରୀ ଚୌଧୁରୀ(ପଶ୍ଚିମବଙ୍ଗ)।
from Odisha Reporter http://bit.ly/2HLRT7r
No comments:
Post a Comment