ଗୁଳି ମାଡ଼ରେ ଗୁରୁତର ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ଗୁଳି ମାଡ଼ରେ ଗୁରୁତର ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଗୁଳି ମାଡ଼ରେ ଗୁରୁତର ହୋଇଥିବା ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ମନୋଜଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ମନୋଜଙ୍କୁ ପ୍ରଥମେ ବ୍ରହ୍ମପୁର  ପରେ ଭୁବନେଶ୍ୱର ପଠାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଲାଞ୍ଜିପଲୀ ଠାରେ ଦୁଇଟି ବାଇକ୍‌ରେ ଆସି ୬ ଜଣ ଦୁର୍ବୃତ୍ତ ଗତକାଲି ରାତି ପ୍ରାୟ ୯ଟାରେ ମନୋଜଙ୍କ ଉପରକୁ ତିନି ରାଉଣ୍ଡ୍‌ ଗୁଳି କରିଥିଲେ। ଏଥି ସହ ତାଙ୍କ ତଣ୍ଟିକୁ ଛୁରିରେ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ମନୋଜଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ରାତି ୧୦ଟାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ଗୋଟିଏ ମାଉଜର୍‌ ଜବତ କରିଛି। ମନୋଜ ଭୁବନେଶ୍ୱରରୁ ଏକ କାର ଯୋଗେ ବ୍ରହ୍ମପୁର ଆସୁଥିଲା ବେଳେ ଏହି ଆକ୍ରମଣ ହୋଇଥିଲା।



from Odisha Reporter http://bit.ly/2JzcbmI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages