ଜମ୍ମୁ-କଶ୍ମୀରର ୩ଟି ଆସନ ଜିତିଲା ଏନ୍‌ସି, ହାରିଲେ ମେହବୁବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ଜମ୍ମୁ-କଶ୍ମୀରର ୩ଟି ଆସନ ଜିତିଲା ଏନ୍‌ସି, ହାରିଲେ ମେହବୁବା

ନୂଆଦିଲ୍ଲୀ: ଭୋଟ୍‌ ଗଣତି ପରେ ୨୦୧୯ର ପ୍ରଥମ ଫଳାଫଳ ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରର ୩ଟି ଆସନ ପାଇଁ ପ୍ରକାଶିତ ଫଳାଫଳ ଅନୁଯାୟୀ ଫାରୁକ ଅବଦୁଲ୍ଲାଙ୍କ ଏନ୍‌ସି ବାଜିମାତ କରିଛି। ଅର୍ଥାତ ୩ଟି ଯାକ ଆସନରେ ଏନ୍‌ସିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଶ୍ରୀନଗରରୁ ନିଜେ ଫାରୁକ ଅବଦୁଲ୍ଲା ଲଢ଼ୁଥିଲେ। ଏହି ଆସନରେ ସେ ବିଜୟୀ ହୋଇଛନ୍ତି। ସେହିପରି ହସନାଇନ୍‌ ମୋସୁଦି ଅନନ୍ତନାଗରୁ ଜିତିଥିବା ବେଳେ ଏଠାରୁ ପିଡିପି ମୁଖ୍ୟ ମେହବୁବା ମୁଫତି ପରାସ୍ତ ହୋଇଛନ୍ତି। କଂଗ୍ରେସ ଏଠାରୁ ଗୁଲାମ ଅହମଦ ମୀରଙ୍କୁ ପ୍ରାର୍ଥୀ କରିଛି।

ଏହି ପରାଜୟ ପରେ ମେହବୁବା ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ଲୋକଙ୍କ ଜନାଦେଶକୁ ସ୍ୱୀକାର କରିଥିବା କହିଛନ୍ତି।
ବାରମୁଲ୍ଲାରୁ ଏନସି ପ୍ରାର୍ଥୀ ହୋଇଥିବା ମହମ୍ମଦ ଆକବର ଲୋନ ମଧ୍ୟ ବିଜୟୀ ହୋଇଛନ୍ତି।



from Odisha Reporter http://bit.ly/2JV64II

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages