
କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):ମ୍ୟାଟ୍ରିକ୍ ପରୀକ୍ଷା ଫଳ ଜାଣିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ। କଟକ-ଚାନ୍ଦବାଲିର ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ପଛରେ ବୋଲେରୋ ପିଟି ହୋଇ ସେଥିରେ ଥିବା ଜଣେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବିଶ୍ୱଜିତ୍ ମାଝି (୧୬)। ଘର ରାଜନଗରର ରାଜରାଜେଶ୍ୱରୀପୁର ଗାଁରେ। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ସେ ବନବିହାରୀ ଜିଉ ହାଇସ୍କୁଲର ଛାତ୍ର ଥିଲେ। ବିଶ୍ୱଜିତ୍ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଆଜି ମାଟ୍ରିକ୍ ଫଳ ପ୍ରକାଶ ପାଇବା ଆଗରୁ ତାଙ୍କର ମୃତ୍ୟୁ ଘଟିଛି।
from Odisha Reporter http://bit.ly/2LWXhbZ
No comments:
Post a Comment